କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସଡକ ନିରାପତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁହୁରିଆ ଛକରେ ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବାରୁ ପ୍ରବଳ ଧୂଳି ଯୋଗୁଁ ଲୋକଙ୍କୁ ଅସ୍ତବ୍ୟସ୍ତ କରିଲାଣି,ସେଥିପାଇଁ ପାଣି ସିଞ୍ଚନକୁ ବ୍ୟାପକ କରିବାକୁ ଜାତୀୟ ରାଜପଥ କତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି | ଏହା ଛଡା ଜାତୀୟ ରାଜପଥରେ ଷ୍ଟ୍ରିଟ ଲାଇଟ,ସାଇନ ବୋର୍ଡ ଲଗେଇବା ଉପରେ ଗୁରୁତ୍ୱ ଦିଆଯାଇଛି | ସେହିପରି ଦ୍ରୁତ ଗାଡି ଚାଳନା, ମଦ୍ୟପ ଡ୍ରାଇଭର, ଟ୍ରାଫିକ ଅବମାନନା କାରୀଙ୍କ ଉପରେ ଦୁଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି | କସଟି ଠାରୁ ତିନିମୁହାଣୀ ପର୍ଯ୍ୟନ୍ତ ଵେଆଇନ ପାର୍କିଂ ସହିତ କେନ୍ଦ୍ରାପଡ଼ା ମୁନିସିପାଲିଟି ଏବଂ ପଟ୍ଟାମୁଣ୍ଡାଇ ମୁନିସିପାଲିଟିରେ ପାର୍କିଂ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା | ପ୍ରକାଶ ଥାଉ କି, ୧ ଏପ୍ରିଲ ୨୦୨୫ ରୁ ୩୦ ନଭେମ୍ବର ୨୦୨୫ ମଧ୍ୟରେ ନିୟମ ଖିଲାପ କାରୀଙ୍କ ଠାରୁ ୨୦ ଲକ୍ଷ ୮୩ ହଜାର ୮ଶହ ୭୪ ଟଙ୍କା ଆଦାୟ କରାଯାଇଛି | ଏହାଛଡା ୧୧୩୦ ଜଣଙ୍କ ଡ୍ରାଇଭିଂ ଲାଇସେନସ ରଦ୍ଧ କରାଯାଇଛି | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼,ଆଞ୍ଚଳିକ ପରିଵହନ ଅଧିକାରୀ ଲୋକନାଥ ମେହେର,ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର,କେନ୍ଦ୍ରାପଡ଼ା ମୁନିସିପାଲିଟି ନିର୍ବାହୀ ଅଧିକାରୀ ଆଜିର ନାରାୟଣ ଦାସ, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ନିର୍ବାହୀ ଅଧିକାରୀ ରଞ୍ଜନ ଜୁମର ଦାସ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଏବଂ ଘରୋଇ ବସ ସଂଘ ଏବଂ ଟିପର ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।











