ବାସୁଦେବପୁର ବ୍ଲକ ର ଗୁଆଗଡ଼ିଆ ପଂଚାୟତ ରେ ଥିବା ରାସ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁ ପୂଜନ ଓ ପୂଜ୍ୟ ପୂଜା ଉତ୍ସବ ପୁରାତନ ଛାତ୍ର ସଂସଦ ପକ୍ଷରୁ ପାଳିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା ଙ୍କ ଅଧକ୍ଷତା ରେ ଆୟୋଜିତ ସଭାରେ ପୁରାତନ ଛାତ୍ର ସଂସଦ ର ସଭାପତି ସୁଦର୍ଶନ ଅଗସ୍ତି, ସମ୍ପାଦକ ଦୟାନିଧି ନାୟକ ଯୋଗଦେଇ ଗୁରୁପୂଜନ ପରମ୍ପରା ସହିତ ଦିବଂଗତ ଗୁରୁମାନଙ୍କ ସ୍ମୃତି ଚାରଣ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ବାଇଚଢେଇ ର ସମ୍ପାଦକ ବିକାଶ କୁମାର ଶତପଥୀ ଓ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ପାଣିଗ୍ରାହୀ ଯୋଗ ଦେଇ ଭାରତୀୟ ସଂସ୍କୃତି ର ଗୁରୁ ଶିଷ୍ୟ ର ପରମ୍ପରା ଉପରେ ମାର୍ଗ ଦର୍ଶନ କରେଇଥିଲେ | ଏଥିରେ ପୁରାତନ ଛାତ୍ର ସଂସଦ ର ମାନଗୋବିନ୍ଦ ଦାଶ, ସନାତନ ପାଣିଗ୍ରାହୀ, ମନ୍ମଥ କୁମାର ଅଗସ୍ତି, ଅଧ୍ୟାପକ ବ୍ରଜ ମୋହନ ଦାଶ, ସତ୍ୟ ସୁନ୍ଦର ମଲ୍ଲିକ, ସରସ୍ବତୀ ବାରିକ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଗୁରୁ ମାନଙ୍କ ର ଛାତ୍ର ବାତ୍ସଳତା ସମୟାନୁବର୍ତ୍ତୀ ଉପରେ ସ୍ମୃତି ରୋମନ୍ଥନ କରିଥିଲେ | ଏହି ଅବସରରେ କୁନା ପାକ ମେଧାସ୍ମୃତି ପୁରସ୍କାର ରେ ଦଶମ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ଶୁଭଲକ୍ଷ୍ମୀ ପାଣିଗ୍ରାହୀ,ନୂତନ ପ୍ରଭା ବେହେରା, ଓ ଅନୁସୟା ଦାଶ ଙ୍କୁ ଅର୍ଥ ରାଶି ପ୍ରଦାନ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ପୁରାତନ ଛାତ୍ର ଶଶାଙ୍କ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |











