ହେଡଲାଇନସ୍:

ଦୁର୍ଘଟଣାରେ ବୃଦ୍ଧାଙ୍କ ସମେତ ୨ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡ଼ଗାଁ,୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ଜୟ ମଙ୍ଗଳ ପ୍ରସାଦ ଗ୍ରାମରେ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ସମେତ ୨ ଜଣ ଗୁରୁତର ହୋଇ ପଡିଥିବା ବେଳେ ୧୦୮ ଯୋଗେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ଗୁରୁତର ମାନେ ହେଲେ ଜୟ ମଙ୍ଗଳ ପ୍ରସାଦ ଗ୍ରାମର ତାରେଣୀ ପ୍ରଧାନଙ୍କ ସ୍ତ୍ରୀ ଦମୟନ୍ତୀ ପ୍ରଧାନ ଏବଂ କୋମଣ୍ଡ ଇଟାଭାଟିରେ କାର୍ଯ୍ୟ କରୁଥିବା ମହନ୍ତ ଆଲଟିଆ(୨୭) । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ହସ୍ପିଟାଲ ନୟାଗଡ଼କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉକି ବୁଧବାର ସନ୍ଧ୍ୟାରେ ବୃଦ୍ଧା ଦମୟନ୍ତୀ ଶୈ।ଚକାର୍ଯ୍ୟ ନିମନ୍ତେ ରାସ୍ତାରେ ଯାଉଥିବା ବେଳେ ମହନ୍ତ ଆଲଟିଆ ଓଡି ୨୫ ଏଲ ୬୦୪୯ ଏକ ବାଇକ୍ ଚଳାଇ ଆସି ବୃଦ୍ଧାଙ୍କୁ ଧକ୍କା ଦେଇଥିଲା । ଫଳରେ ବୃଦ୍ଧାଙ୍କ କପାଳରେ ଯୋର ଆଘାତ ଲାଗି ଫାଟି ଯାଇଥିଲା ବେଳେ ଡାହଣଗୋଡଟି ସମ୍ପୁର୍ଣ୍ଣ ରୁପେ ଭାଙ୍ଗି ଯାଇଛି । ଏବଂ ବାଇକ୍ ଚାଳକ ଜଣକ ଗୁରୁତର ଆହତ ହୋଇ ମୂର୍ମୁଷୁ ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ସହଯାତ୍ରୀ ସାମାନ୍ୟ ଆହତ ‌ହୋଇଥିବା ଜଣା ପଡିଛି । ଇଟାଭାଟିରୁ କାର୍ଯ୍ୟ ସାରି ନିଶା ଖାଇ ଏଭଳି ଦୃଘଟଣା ଘଟାଇଥିବା ଆଲୋଚିତ ହେଉଛି ।

0
0
0
s2sdefault