ହେଡଲାଇନସ୍:

ତାଳପଦର ଗ୍ରାମର ପୂର୍ବତନ ସରପଞ୍ଚ ଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମ ପଂଚାୟତ ର ପୂର୍ବତନ ସରପଂଚ ନାରାୟଣ ଭୋଇ ପରଲୋକ ଗମନ କରିଛନ୍ତି I ସମ୍ବଲପୁର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ଆସିବା ମାତ୍ରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା I ତାଳପଦର ପଂଚାୟତ କନପୁରୀ ନିବାସୀ ସ୍ବର୍ଗତ ନାରାୟଣ ଭୋଇ ଜଣେ ପ୍ରସିଦ୍ଧ ଦଲିଲ ଲେଖକ ଥିଲେ I ଏହାଛଡା ପ୍ରବଳ ଲୋକପ୍ରିୟତା ଯୋଗୁଁ ସେ ଦୀର୍ଘ 25 ବର୍ଷ ପର୍ଯ୍ୟନ୍ତ ତାଳପଦର ଗ୍ରାମପଂଚାୟତ ର ସରପଞ୍ଚ ଭାବରେ ନିଯୁକ୍ତ ହୋଇଥିଲେ I ଏବେବି ଲୋକେ ତାଙ୍କ କାର୍ଯ୍ୟକାଳର ସ୍ମୃତିଚାରଣ କରି କୁହନ୍ତି ‘ସରପଞ୍ଚ ହେବ ତ ନାରାୟଣ ଭୋଇଙ୍କ ପରି’ I ତାଳପଦର ରେ ପ୍ରସ୍ତାବିତ ଡିଗ୍ରୀ ମହାବିଦ୍ୟାଳୟ କମିଟି ର ସେ ଜଣେ ସକ୍ରିୟ ସଦସ୍ୟ ଥିଲେ I ଏହିପରିପ୍ରେକ୍ଷୀ ରେ ସମଗ୍ର ତାଳପଦର ପଂଚାୟତ ତାଙ୍କର ଅମର ଆତ୍ମା ର ସତଗତି ନିମନ୍ତେ ପ୍ରାର୍ଥନା କରୁଛି I

0
0
0
s2sdefault