ହେଡଲାଇନସ୍:

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚ଼ନା ଓ ପାଠତ଼କ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚ଼ନା ଓ ପାଠଚ଼କ୍ର କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ସପନ କୁମାର ପ୍ରଧାନ ଙ୍କ ପରି ଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠ ଚ଼କ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଯୋଗଦେଇ ତାଙ୍କର ବହୁମୂଲ୍ୟ ମନ୍ତବ୍ୟ ରଖିିଥିଲେ । ଅନ୍ୟାନ୍ୟ ସମ୍ମାନୀତ ଅତିଥିଭାବେ ଇତିହାସ ବିଭାଗର ମୁଖ୍ୟ ଅଶୋକ କୁମାର ସ୍ଵାଇଁ, ରାଜନିତୀ ବିଭାଗର ମୁଖ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ, ଶିକ୍ଷାବିଭାଗ ମୁଖ୍ୟପିଙ୍କି ପାତ୍ର, ଓଡ଼ିଆ ବିଭାଗର ଅଧ୍ୟାପିକା ସୁଶ୍ରୀ ଲକ୍ଷ୍ମୀ ଗୌଡ଼ ଯୋଗଦେଇ ସେମାନଙ୍କ ମତ ରଖିଥିଲେ । ବିଭାଗୀୟ ମୁଖ୍ୟ ସପନ କୁମାର ପ୍ରଧାନ କିଶୋର ଚ଼ନ୍ଦ୍ରାନନ୍ଦ ଚ଼ମ୍ପୁ ସଂପର୍କରେ ବିଶଦ ଭାବେ ଆଲୋଚ଼ନା କରିଥିଲେ+3 ଦ୍ଵତୀୟ ବର୍ଷର ଛାତ୍ରୀ ସୁଶ୍ରୀ ଲିପସା ଭୂୟା
"କିଶୋର ଚନ୍ଦ୍ରା ନନ୍ଦ ଚ଼ମ୍ପୁ ଏକ ମୂଲ୍ୟାୟନ" ସନ୍ଦର୍ଭ ପାଠ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ ରୂପାୟନ କରିଥିଲେ । ଶେଷରେ ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault