ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )- -:ରିଖ ଶନିବାର ସକାଳ ଘ.୦୭.୩୦ ମି. ସମୟରେ ଅ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠାର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଡଃ ରବୀନ୍ଦ୍ରନାଥ ପାଳ(ଅବସର ପ୍ରାପ୍ତ ଅଧ୍ୟାପକ)ଯୋଗଦାନ କରି କ୍ରୀଡ଼ା ଆମ ଜୀବନର ବିକାଶପାଇଁ କିଭଳି ଆବଶ୍ୟକ ଦର୍ଶାଇବା ସହ ଧ୍ୱଜାରୋହଣ , ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କ୍ରୀଡ଼ା ଶୁଭାରମ୍ଭ କରିଥିଲେ। ପରିଚାଳନା ସମିତିର ସଦସ୍ୟ ଓ ସଦସ୍ୟା ତଥା ଉପଦେଷ୍ଟା ଶ୍ରୀ ରବୀନ୍ଦ୍ରନାଥ ରଥ, ଉପସଭାପତି ଶ୍ରୀ କାଳୀଚରଣ ପାଢ଼ୀ,ସଂପାଦକ ଶ୍ରୀ ପବିତ୍ର କୁମାର ସାହୁ ସମସ୍ତେ ଶିଶୁଙ୍କୁ ବିଭିନ୍ନ ବାଣୀ ମାଧ୍ୟମରେ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ଦେବାସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର କ୍ରୀଡ଼ାପ୍ରମୁଖ ଶ୍ରୀମତୀ ଗୀତାଞ୍ଜଳି ଉଦ୍ଗାତା ଶିଶୁମାନଙ୍କୁ କ୍ରୀଡ଼ାର ଶପଥପାଠ କରାଇଥିଲେ । ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀର ସମସ୍ତ ଶିଶୁ ଏଥିରେ ଅଂଶ ଗ୍ରହଣ କରିଥିଲେ। ସେହିଭଳି ପ୍ରଥମ ପର୍ଯ୍ୟାୟ~ ଜେଜେବାପା ଓ ଜେଜେମାଆ ସମ୍ମିଳନୀ କାର୍ଯ୍ୟକ୍ରମ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ନିରୂପମା ପାତ୍ରଙ୍କ ସଂଯୋଜନା କ୍ରମେ କରାଯାଇଥିଲା।ଏଥିରେ ମଧ୍ୟ ଅତିଥିମାନେ ଉପସ୍ଥିତ ରହି ବୟୋଜ୍ୟେଷ୍ଠ ମାନଙ୍କ ମହତ୍ତ୍ଵ ସଂପର୍କରେ ସମସ୍ତଙ୍କୁଅବଗତ କରାଇଥିଲେ। ଅନୁଷ୍ଠାନର ସମସ୍ତ ସେବାବ୍ରତୀ ଉଭୟ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ରାଜ୍ୟ
୧୮ତମ ବାର୍ଷିକ କ୍ରୀଡା ଓ ଜେଜେବାପା ଓ ଜେଜେମାଆ ସମ୍ମିଳନୀ ପାଳନ...
- Hits: 4











