ନବରଙ୍ଗପୁର ତା ୬.୧୨.୨୦୨୫: ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ମଣ୍ଡେଇ ମହୋତ୍ସବ ୨୦୨୫ର ପାଳନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଆକର୍ଷଣୀୟ ଜିଲ୍ଲାସ୍ତରୀୟ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା କଲ୍ୟାଣ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସଫଳ ସମନ୍ୱୟରେ ପରିଚାଳିତ ହୋଇଥିଲା । ପ୍ରତିଯୋଗିତାକୁ ଛାତ୍ର ସ୍ତର ଓ ବୃତ୍ତିଗତ ସ୍ତର ନାମରେ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ଉଭୟ ବିଭାଗରେ ସମଗ୍ର ନବରଙ୍ଗପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ ଉତ୍ସାହୀ ପ୍ରତିଯୋଗୀ ଛାତ୍ର ଏବଂ ବୃତ୍ତିଗତ ମୋଟ ୨୦ ଜଣ ଅଂଶଗ୍ରହଣ କରିଥିଲେ । ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମଣ୍ଡେଇ ମହୋତ୍ସବ ମଞ୍ଚ ରେ ପୁରସ୍କୃତ କରାଯିବ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଯୋଗଦେଇ ପ୍ରତ୍ୟେକ କଳାକାରଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସୃଜନଶୀଳ ଯାତ୍ରାକୁ ଆଗକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ । ବିଚାରକ ମଣ୍ଡଳୀରେ ପଦ୍ମଲୋଚନ ବାରିକ, ଚିତ୍ରକଳା ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେନ୍ତୁଳିଖୁଣ୍ଟି , ବିଶ୍ୱଜିତ୍ ଗିରି, ଚିତ୍ରକଳା ଶିକ୍ଷକ, ଓଏଭି, ପାପଡ଼ାହାଣ୍ଡି, ବସନ୍ତ ବେନିଆ, ଅବସରପ୍ରାପ୍ତ ଚିତ୍ରକଳା ଶିକ୍ଷକ ଉଭୟ ବିଭାଗର ଶ୍ରେଷ୍ଠ ତିନିଜଣ ଲେଖାଏଁ ବିଜେତା ଚୟନ କରିଥିଲେ । ଆସନ୍ତା ୮ ଡିସେମ୍ବର ରେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ମେହେନ୍ଦି ପ୍ରତିଯୋଗିତା ରେ ସମସ୍ତଙ୍କୁ ଯୋଗଦାନ କରିବା ନିମନ୍ତେ ଅନୁରୋଧ କରାଯାଉଅଛି।
ରାଜ୍ୟ
ମଣ୍ଡେଇ ୨୦୨୫ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ
- Hits: 4











