ହେଡଲାଇନସ୍:

କୃଷି ମହାବିଦ୍ୟାଳୟର ସ୍ୱତନ୍ତ୍ର ଏନଏସ୍ଏସ୍ ଶିବିର ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୪/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ କୃଷି ମହାବିଦ୍ୟାଳୟ ପକ୍ଷରୁ ଏନଏସ୍ଏସର ଏକ ୭-ଦିନିଆ ସ୍ୱତନ୍ତ୍ର ଶିବିର ଶୁକ୍ରବାର ସରଦେଇପୁର ଗ୍ରାମରେ ଉଦ୍ଘାଟିତ ହୋଇଯାଇଛି ।
ଏହି ଉଦ୍ଘାଟନୀ ଶିବିରରେ ଏନ୍ଏସ୍ଏସ୍ର ଆଂଚଳିକ ନିଦେ୍ର୍ଧଶିକା ସୁଶ୍ରୀ ସରିତା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ରମେଶ ଚନ୍ଦ୍ର ବେହେରା, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏନଏସଏସ୍ ସଂଯୋଜକ ଡଃ କମଳ ଲୋଚନ ମହନ୍ତ, କୃଷି ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଶତାଧିକ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ ସତ୍ୟନାରାୟଣ ଶତପଥି ଓ ଡଃ ଶ୍ୱେତା ରଥଶିବିରର ଉଦେ୍ଧଶ୍ୟ ଓ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିଥିଲେ । ଏହି ଶିବିରରେ ସ୍ୱଚ୍ଛତା ଅଭିଯାନ, ସଚେତନତା ରାଲି, ସ୍ୱାସ୍ଥ୍ୟ ପରୀକ୍ଷା, ବୃକ୍ଷ ରୋପଣ ଅଭିଯାନ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମ ସମ୍ମିଳିତ ରହିଛି । ଏଥିରେ ଅନ୍ୟ କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ନେହା ପ୍ରଧାନ ଓ ଡ଼ଃ ନିତିଶି କୁମାର ଜେନା ଯୋଗ ଦେଇଥିଲେ ।
ପ୍ରାୟ ୧୦୦ ଜଣ ଏନଏସ୍ଏସ୍ର ସ୍ୱେଚ୍ଛାସେବକ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଜାତୀୟ ସେବା ଯୋଜନାର ମନ୍ତ୍ରକୁ ପାଳନ କରିବାର ଶପଥ ନେଇଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମର ଶେଷରେ ଏନଏସ୍ଏସ୍ର ସ୍ୱେଚ୍ଛାସେବକମାନଙ୍କ ଦ୍ୱାରା ଦୁଇଟି ରାଲି ଆୟୋଜିତ ହୋଇଥିଲା । ଏଥି ମଧ୍ୟରୁ ଗୋଟିଏ ମାଦକ ଦ୍ରବ୍ୟ ବିରୋଧୀ ସଚେତନତା ନିମନ୍ତେ ରାଲି ଓ ଅନ୍ୟଟି ଗାଁ ସର୍ବେକ୍ଷଣ ।

 

0
0
0
s2sdefault