କୀଟନାଶକ ଖାଇ ଆତ୍ମହତ୍ୟା ସନ୍ଦେହ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଏକ ଲଜ୍ ରେ ମୁର୍ମୁଷୁ ଅବସ୍ଥାରେ ଜଣେ ଲୋକ କୁ ଉଦ୍ଧାର କରି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ମୃତ ବ୍ୟକ୍ତି ଜଣକ ଜଗନ୍ନାଥ ପ୍ରସାଦ ଥାନା ଅର୍ନ୍ତଗତ କାଦପଡା ଗ୍ରାମର ଅନୁପ କୁମାର ଦାସ ଓ ଗତ ଦୁଇ ଦିନ ହେଲା ଉକ୍ତ ଲଜ୍ ରେ ରହୁଥିବା ବେଳେ କୌଣସି କାରଣରୁ କୀଟନାଶକ ଔଷଧ ଖାଇ ଅସୁସ୍ଥ ହୋଇ ପଡିଲେ।ଜଣା ପଡ଼ିବା ପରେ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ତାର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault