ହେଡଲାଇନସ୍:

ବାସୁଦେବପୁର ରେ ସ୍ଵାଧୀନତା ଦିବସ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବ ପୁର -ବାସୁଦେବପୁର ରେ ୭୯ ତମ ସ୍ବାଧିନତା ଦିବସ ପାଳନ ହୋଇ ଯାଇଛି। ସକାଳୁ ସକାଳୁ ସ୍କୁଲ୍ କଲେଜ ପିଲା ମାନେ ଶୋଭାଯାତ୍ରା କରିଥିଲେ। ବିଭିନ୍ନ ସରକାରି ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ, ବ୍ଲକ୍, ତହସିଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଥାନା, ପ୍ରେସ କ୍ଲବ, ବଣିକ ସଂଘ, ରାଜନୈତିକ ଦଳ ପକ୍ଷ ରୁ ପତାକା ଉତ୍ତୋଳନ ସହ ପାଳନ ହୋଇ ଯାଇଛି। ସେହିପରି ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟରେ ସାମୁହିକ ପ୍ୟାରେଟ୍ ରେ ଅଭିବାଦନ ଗ୍ରହଣ କରିଥିଲେ ବିଧାୟକ ଅଶୋକ କୁମାର ଦାସ ଓ ପୌର ଅଧ୍ୟକ୍ଷ। ନିବେଦିତା ବେହେରା। ମୁଖ୍ୟ ଅତିଥି ଭାବେ ବିଧାୟକ ଓ ପୌର ଅଧ୍ୟକ୍ଷା ଯୋଗ ଦେଇ ଥୁଲେ।ବାସୁଦେବପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସାମୁହିକ ପ୍ୟାରେଟ ପରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ବିଧାୟକ ଅଶୋକ କୁମାର ଦାସ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।

0
0
0
s2sdefault