ଅନ୍ତର୍ଜାତୀୟ ସମବାୟ ବର୍ଷପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜଗତସିଂହପୁର, ତା ୭/୦୮/୨୫ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ସମବାୟ ମନ୍ତ୍ରାଳୟର ପଦକ୍ଷେପ ଓ ବ୍ୟବସାୟର ବିବିଧତା ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀଯୁକ୍ତ,
ଜେ.ସୋନାଲ କୃଷକ ମାନଙ୍କୁ ତୃଣମୂଳ ସ୍ତରରେ ସଚେତନତା ଶିବିର ଆୟୋଜନ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଯଥା: ମତ୍ସ୍ୟ, ପଶୁପାଳନ, କୁକୁଡ଼ା ଚାଷ, କ୍ଷୀର ଉତ୍ପାଦନ ବିଷୟରେ ଲୋକମାନଙ୍କୁ ଜଣାଇବା ପାଇଁ ଉପଦେଶ ଦେଇଥିଲେ । ପ୍ରାରମ୍ଭରେ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ଶତପଥି ଉପନିବନ୍ଧକ ସମବାୟ ସମିତି ସମୂହ , ଜଗତସିଂହପୁର ବିଭାଜନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତଲତା ବେହେରା DDM , NABARD, ଅନନ୍ତ କୁମାର ସାମଲ, ସମ୍ପାଦକ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ରେଶ୍ମାରାଣୀ ସିଂ, ଜିଲ୍ଲା ମତ୍ସ୍ୟ ଅଧିକାରିଣୀ, ଜଗତସିଂହପୁର, ଶଶାଙ୍କ ଶେଖର ସ୍ବାଇଁ, ADVO, ଜଗତସିଂହପୁର ଏବଂ ଦିଗମ୍ବର ନାୟକ, General Manager, OMFED, ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଜଗତସିଂହପୁର ନିୟନ୍ତ୍ରିତ ବଜ଼ାର କମିଟିର ସମ୍ପାଦକ, ସୂର୍ଯ୍ୟକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଉପନିବନ୍ଧକ, ସମବାୟ ସମିତି ସମୂହ ଏବଂ ସହକାରୀ ନିବନ୍ଧକଙ୍କ ,ସମବାୟ ସମିତି ସମୂହ କାର୍ଯ୍ୟାଳୟର ବିବେକାନ ବେହେରା , ରାଖାଲ ଚନ୍ଦ୍ର ସାମଲ , ସୁମନ ବେହେରା , ମିତାଲି ବୋଷ ,ଚିତ୍ରା ଚିନ୍ମୟୀ ଦାସ,ପିଙ୍କି ହଂସଦା, ରୁବୁ ମହାନ୍ତି, ସ୍ଵର୍ଣ୍ଣଲତା ନାୟକ ଉପସ୍ଥିତ ଥିଲେ ।

0
0
0
s2sdefault