ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ବ୍ଲକ୍ ସ୍ତରୀୟ ସମନ୍ବୟ ବୈଠକ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜଗତ ମଲ୍ଲିକ,ପଂଚାୟତ ଉନ୍ନୟନ ଅଧିକାରୀ ଦେବାଶିଷ ମହାନନ୍ଦିଆ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାରାୟଣ ମେହେର (ବିପିଏମ)ସମସ୍ତଙ୍କୁ ସାଗତ କରିବା ସହ ଜାତୀୟ କୃମିନାଶକ ଦିବସର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଜନସାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶେଷଦେବ ଥନାପତି କୃମି ସଂକ୍ରମଣର କାରଣ, ପିଲାଙ୍କ ଉପରେ ତଥା ସମାଜ ଉପରେ ଏହାର କୁପ୍ରଭାବ, କୃମିର ନିରାକରଣ, ବ୍ୟକ୍ତିଗତ ପରିଛନ୍ନତା, ପାଇଖାନା ବ୍ୟବହାର, ପୋଷଣ ବିଷୟରେ ଆଲୋଚନା କରିବା ସହ ସମସ୍ତ ବିଭାଗର ସହଭାଗିତା ମାଧ୍ୟମରେ ହିଁ କୃମି ନିରାକରଣ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଆସନ୍ତା ଅଗଷ୍ଟ ୧୨ ତାରିଖରେ ବ୍ଳକର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ୧ ରୁ ୧୯ ବର୍ଷ ମଧ୍ୟରେ ଥିବା ସମସ୍ତ ପିଲା ଓ ପ୍ରଜନନ ବୟସ (୨୦ ରୁ ୨୪ ବର୍ଷ ମଧ୍ୟରେ ଗର୍ଭବତୀ କିମ୍ବା ପ୍ରସୂତି ହୋଇ ନ ଥିବା) ର ସମସ୍ତ ମହିଳାଙ୍କୁ କୃମିନାଶକ ଔଷଧ ସେବନ କରାଇ କୃମିନାଶନ କରାଯିବ । ତା.ଶାନ୍ତିପ୍ରିୟା ଯୋଶୀ ଓ ସାସ୍ଥ୍ୟ ପରିଦର୍ଶକ ହରିଶ୍ଚନ୍ଦ୍ର ସୁନା କୃମିନାଶକ ସମ୍ବନ୍ଧୀୟ ପାର୍ଶ୍ଵ ପ୍ରତିକ୍ରିୟା ଏବଂ ଏହାର ପରିଚାଳନା ବିଷୟରେ ଆଲୋଚନା କରିଥିଲେ । ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମୌସୁମୀ ମାଇତି କହିଥିଲେ ଯେ, କୃମିନାଶକ ଦିବସରେ ଯେପରି ସମସ୍ତ ଶିଶୁଙ୍କୁ କୃମିନାଶକ ଔଷଧ ଖୁଆଯିବ ସେଥିପାଇଁ ସମସ୍ତ ପରିଦର୍ଶିକା ଓ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଲୋକମାନଙ୍କୁ ସଚେତନ କରାଯିବ । ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜଗତ ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମସ୍ତ ବିଦ୍ୟାଳୟର ଶିକ୍ଷକମାନେ କୃମିନାଶକ ଦିବସକୁ ସଫଳ କରିବା ପାଇଁ ସମସ୍ତ ସହଯୋଗ କରିବେ । ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଦେବାଶିଷ ମହାନନ୍ଦିଆ ଗ୍ରାମ ପଂଚାୟତ ସ୍ତରରେ ଗ୍ରାମସଭା ମାଧ୍ୟମରେ ଲୋକମାନଙ୍କୁ କୃମିନାଶକ ଦିବସ ବିଷୟରେ ଅବଗତ କରାଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଅର୍ଥ ପରିଚାଳକ ପ୍ରଦୀପ କୁମାର ସାହୁ ଗାଁ କଲ୍ୟାଣ ସମିତି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିବା ସହ ସୁନିଯୋଜିତ ଯୋଜନା ମାଧ୍ୟମରେ ସମିତି ଟଙ୍କା ଖର୍ଚ୍ଚ କରିବାକୁ କହିଥିଲେ । ସାସ୍ଥ୍ୟ ପରିଦର୍ଶକ ହରିଶ୍ଚନ୍ଦ୍ର ସୁନା ପଂଚାୟତ ସମିତି ବୈଠକ ଓ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ବୈଠକରେ ଏ ବିଷୟରେ ଆଲୋଚନା କରି ଗାଁ କଲ୍ୟାଣ ସମିତିକୁ ସୁଦୃଢ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀ ଶେଷଦେବ ଥନାପତି ଗାଁ କଲ୍ୟାଣ ସମିତିର ବାର୍ଷିକ ଯୋଜନା ପ୍ରସ୍ତୁତ କରିବା ସହ ମାତୃ-ଶିଶୁ ସାସ୍ଥ୍ୟ, ବିଭିନ୍ନ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ବିଷୟରେ ସଚେତନ କାର୍ଯ୍ୟକ୍ରମ ସବୁ ଆୟୋଜନ ତଥା ବିଶ୍ଵାସ (VISHWAS) ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର, ଡୁଙ୍ଗୁରିପାଲିର ତା.ସୁଶ୍ରୀ ପତି, ଫାର୍ମାସୀ ଅଧିକାରୀ ରବିନ୍ଦ୍ର ମହାନ୍ତି, ଚିନ୍ମୟ ସାହୁ, ଆଲୋକ କୁମାର ମଲ୍ଲିକ, ରାଧାମାଧବ ପଧାନ, ପରିଦର୍ଶିକା ପ୍ରମିଳା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜନସାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶେଷଦେବ ଥନାପତି ପରିଚାଳନା କରିଥିବାବେଳେ ତଥ୍ୟ ପରିଚାଳକ ଗଦାଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକ୍ ସ୍ତରୀୟ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ସମନ୍ବୟ ବୈଠକ ଓ ତାଲିମ ଶିବିର
- Hits: 27