ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଡୁଙ୍ଗୁରିପାଲିରେ ସେଣ୍ଟ୍ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ଠାରେ ବିଶିଷ୍ଟ ସ୍ବାଧୂନତା ସଂଗ୍ରାମୀ ସମ୍ବଲପୁରୀ ଭାଷା ର ଜନକ କବି ସ୍ବର୍ଗତ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିବସ କୁ ସ୍ମୃତି ଚାରଣ କରିବା ପାଇଁ ସମ୍ବଲପୁରୀ ଦିବସ ପାଳନ କରାଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସମ୍ବଲପୁରୀ ପୋଷାକ ପରିଧାନ କରି ସମ୍ବଲପୁରୀ ଭାଷା, ନୃତ୍ୟ ଓ ସଂସ୍କୃତି ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଉତ୍ସବ ଦ୍ବାରା ଛାତ୍ରଛାତ୍ରୀଙ୍କ ମନେ ନିଜ ଭାଷା ଓ ସଂସ୍କୃତି ପ୍ରତି ଗର୍ବ ଓ ଭଲପାଇବା ଜାଗୃତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସ୍କୁଲ୍ର ଆଦର୍ଶ ପ୍ରଧାନଙ୍କ ସହ ମହେଶ୍ବର ବିଶ୍ବାଳ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କର୍ମଚାରୀଙ୍କ ସହଯୋଗ ଓ ସକ୍ରିୟ ଦ୍ବାରା ଆକର୍ଷଣୀୟ ଓ ସଫଳ ହୋଇଥିଲା।
ରାଜ୍ୟ
ସେଣ୍ଟ୍ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ଠାରେ ସମ୍ବଲପୁରୀ ଦିବସ ପାଳନ
- Hits: 61