ହେଡଲାଇନସ୍:

ସେଂଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ବ୍ୟବହାର ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁଭଦ୍ରା ହିତାଧିକାରୀଙ୍କୁ ଡିଜିଟାଲ ମୁଦ୍ରାରେ ମିଳିବ ୩ୟ କିସ୍ତି ଅର୍ଥ,

ଓଡ଼ଗାଁ,୨୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡ଼ପୁଟ ପଞ୍ଚାୟତରେ ସୁଭଦ୍ରା ହିତାଧିକାରୀ ମାନଙ୍କୁ ନେଇ ଡିଜିଟାଲ ମୁଦ୍ରାର ବ୍ୟବହାର ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ଗାଁ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ କ୍ଷେତ୍ରୀୟ ପ୍ରବନ୍ଧକ ଭଗତ୍ ବେହେରା ଯୋଗଦେଇ ଡିଜିଟାଲ ମୁଦ୍ରାର ବ୍ୟବହାର ସଂପର୍କରେ ହିତାଧିକାରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ମୋବାଇଲରେ ଇ' ଋପି' ଆପ ଏକ ନିରାପଦ ଆପ । ଏବଂ ଏଥିରେ ରହିଥିବା ଅର୍ଥ କିପରି ସୁରକ୍ଷିତ ତାହା କହିଥିଲେ । ସୁଭଦ୍ରା ହିତାଧିକାରୀଙ୍କ ୩ୟ କିସ୍ତି ଅର୍ଥ ଏହି ଆପ ମଧ୍ୟମରେ ଡିଜିଟାଲ ମୁଦ୍ରା ଭାବେ ସିଧାସଳଖ ପହଁଞ୍ଚିବ । ଏବଂ ହିତାଧିକାରୀ ଉକ୍ତ ଆପ ମାଧ୍ୟମରେ ଆସିଥିବା ଅର୍ଥକୁ ଡିଜିଟାଲ ମୁଦ୍ରା ଭାବେ ମୋବାଇଲ ମନିପର୍ସରୁ ଖର୍ଚ୍ଚ କରିପାରିବେ । ଏଥିସହିତ ଉକ୍ତ ଆପ ମାଧ୍ୟମରେ ସୁଭଦ୍ରା ହିତାଧିକାରୀଙ୍କ ୩ୟ କିସ୍ତି ଅର୍ଥ ପହଁଞ୍ଚିଲେ ସେମାନଙ୍କ ପାଇଁ ଅଜଥା ବ୍ୟାଙ୍କ ଝିନଝଟ ରହିବ ନାହିଁ । ଏବଂ ପର୍ସରୁ ଅର୍ଥ ଖର୍ଚ୍ଚ କରିବା ପରି ମୋବାଇଲ ମାଧ୍ୟମରେ ଖର୍ଚ୍ଚ କରିପାରିବେ । ଯେଉଁ ହିତାଧିକାରୀ ମାନେ ଏହି ଆପର ବ୍ୟବହାର ଜାଣିପାରିବେ ନାହିଁ, ସେମାନଙ୍କ ନିକଟକୁ ବ୍ୟାଙ୍କ ମାଧ୍ୟମରେ ଅର୍ଥ ପହଁଞ୍ଚିବ । ଆଜିର କାର୍ଯ୍ୟକ୍ରମରେ ଗୌଡ଼ପୁଟ ସରପଞ୍ଚ ତ୍ରିନାଥ ନାଏକ ଯୋଗ ଦେଇଥିବା ବେଳେ କିଓସ୍କ ବ୍ୟାଙ୍କ ଅପରେଟର ପବିତ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault