ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଯାମଛାପର ଗ୍ରାମରେ ଆଜି ଦୁଃଖତ ଘଟଣା ଦେଖିବାକୁ ମେଳିଛି l ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାୟ ୫ବର୍ଷର ଶିଶୁର ମୃତ୍ୟୁ ଘଟିଛି l ମୃତ ଶିଶୁ ହେଲେ ହିମାଂଶୁ ସନ୍ୟାସୀଙ୍କ ପୁଅ ଶ୍ରେୟାଂଶା ଓରଫ ସୁବ୍ରତ ସନ୍ୟାସୀ ବୋଲି ଜଣାପଡିଛି l ସୂଚନା ଅନୁସାରେ ଶ୍ରେୟାଂଶ ଆଜି ସକାଳ ପ୍ରାୟ ୬ଟା ସମୟରେ କୌଣସି କାରଣରୁ ଘରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲାl ଫଳରେ ଶିଶୁର ମୁଁହ ଏବଂ ହାତର କିଛି ଅଂଶ ପଡ଼ିଯାଇଥିଲା l ତୁରନ୍ତ ପରିବାର ଲୋକେ ଘଟଣା ସ୍ଥଳରୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ବିନିକା ଡାକ୍ତର ଖନନରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଥିଲେ l ତେବେ ପୋଲିସ ସବ ଜବତ ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସବ ବ୍ୟବଛେଡ ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି l
ରାଜ୍ୟ
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ବର୍ଷର ଶିଶୁପୁତ୍ର ମୃତ
- Hits: 120