ହେଡଲାଇନସ୍:

ବିଜେପୁର ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀଙ୍କ ବୃକ୍ଷ ରୋପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବନମହୋତ୍ସବ ଅବସରରେ ଆଜି ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀମାନେ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଜଳବାୟୁ ପରିବର୍ତ୍ତନ ସଂପର୍କିତ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ତତ୍ ସଙ୍ଗେ ସମସ୍ତ କ୍ୟାଡେଟ ପରିବେଶ ସୁରକ୍ଷାକୁ ନେଇ ସଂକଳ୍ପ ନେଲେ । ମହାବିଦ୍ୟାଳୟ ପରିସର, ହଷ୍ଟେଲ ସମ୍ମୁଖ ଏବଂ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ଏନ୍.ସି.ସି ୟୁନିଟର ତତ୍ତ୍ବାବଧାରକ ଡକ୍ଟର ଚିନ୍ମୟ ସାହୁ, କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ସାନନ୍ଦ ସେଠ, ଶ୍ରୀଯୁକ୍ତ ଧୀରେନ୍ଦ୍ର ମିଶ୍ର ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ କରଞ୍ଜ, ବଉଳ, ଅଁଳା, କୃଷ୍ଣଚୂଡ଼ା ବୃକ୍ଷ ଆଦି ଶହେ ଗୋଟା ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଏନ୍.ସି.ସି ଟ୍ରୁପର ଚାଲିଶ କ୍ୟାଡେଟ ଯୋଗଦାନ କରିଥିବା ବେଳେ ସିନିୟର୍ କ୍ୟାଡେଟ ମାନସ ମହାପାତ୍ର, ଚିତ୍ତରଞ୍ଜନ ପଶାୟତ, ସୋନାଲି ଦାଶ, ମାନସ ମିର୍ଦ୍ଧା, ରୁଦ୍ର ପ୍ରତାପ ମେହେର, ଲିଜା ପ୍ରଧାନ ,ଶରତ ସାହୁ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault