ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା କଲେଜ୍ ର ପୂର୍ବତନ ଅଧ୍ୟାପକ ତଥା ବିଶିଷ୍ଟ ଇଁରାଜୀ କବି ପ୍ରସନ୍ନ କୁମାର ଦଳାଇଙ୍କୁ ତେଲେଙ୍ଗାନା ମନମ୍ ଫାଉଣ୍ଡେସନ୍ ପକ୍ଷରୁ ଅନ୍ତର୍ଜାତୀୟ ଗ୍ଲୋରୀ ସମ୍ମାନ-୨୦୨୫ ଏବଂ ଭାରତ ସେବା ରତ୍ନ ଜାତୀୟ ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଛି I ଏହି ସମ୍ମାନ ହାସଲ କବି ଶ୍ରୀ ଦଳାଇ ସମଗ୍ର ଗଞ୍ଜାମ ଜିଲ୍ଳା ପାଇଁ ଗୌରବ ଆଣିଦେଇଛନ୍ତି I ଏହା ପୂର୍ବରୁ କବି ପ୍ରସନ୍ନ ଦଳାଇ ନିଜର ଉଚ୍ଚ କୋଟୀର ଇଁରାଜୀ କବିତା ପାଇଁ ଓ୍ଵେଷ୍ଟଇଣ୍ଡିଜ, ବାଙ୍ଗଲାଦେଶ,ଯୁକ୍ତ ରାଷ୍ଟ୍ର ଆମେରିକା ଭଳି ବିଦେଶରୁ ମଧ୍ୟ ବହୁ ସମ୍ମାନ ହାସଲ କରିଛନ୍ତି I କବି ଶ୍ରୀ ଦଳାଇ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ୍ ନନ୍ଦିଆଗଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ନିଜର ସଂଘର୍ଷମୟ ଛାତ୍ର ଜୀବନରୁ ଇଁରାଜୀ ସାହିତ୍ୟ କବିତା ରଚନାର ପ୍ରେରଣା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି I କବି ଶ୍ରି ଦଳାଇ ଅନ୍ତର୍ଜାତୀୟ ଗ୍ଲୋରୀ ସମ୍ମାନ-୨୦୨୫ ହାସଲ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I
ରାଜ୍ୟ
କବି ପ୍ରସନ୍ନ ଦଳାଇ ମନମ ଫାଉଣ୍ଡେସନ ଦ୍ୱାରା ପୁରସ୍କୃତ
- Hits: 5