ହେଡଲାଇନସ୍:

ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଟିଣ ଡବାରୁ ବିଲେଇ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, ୧୩/୭: ଟିଣ ଡବାରୁ ଉଦ୍ଧାର ହେଲା ବିଲେଇ । ପୁରୀ ସହରର କଲେଜ ଛକରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗ୍ନିକ ମାନଙ୍କ କିଛି ସମୟ କସରତ ପରେ ଡବାରୁ ବିଲେଇଟିର ମୁଣ୍ଡକୁ ଅକ୍ଷତ ଉଦ୍ଧାର କରାଯାଇଛି ।

ରବିବାର ସ୍ଥାନୀୟ ଅଞ୍ଚଳର ଫାର୍ଜନ ବେଗମଙ୍କ ଘରେ ଥିବା ପୋସା ବିଲେଇଟି ଘରେ ଥିବା ଏକ ଟିଣ ଡବାରୁ ଖାଦ୍ଯ ଖାଇବାକୁ ଉଦ୍ୟମ କରିଥିଲା । ଫଳରେ ବିଲେଇଟିର ମୁଣ୍ଡ ସେହି ଡବାରେ ଅଟକିଯାଇଥିଲା । ଭୟଭିତ ହୋଇ ବିଲେଇଟି ଏଣେତେଣେ ଦଉଡିବାକୁ ଲାଗିଥିଲା । ଏହା ଦେଖି ଫାର୍ଜନ ବେଗମ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଆଗ୍ନିକ ମାନେ ପହଞ୍ଚି ବିଲେଇଟିର ମୁଣ୍ଡକୁ ଡବା ମଧ୍ଯରୁ ବାହାର କରିଥିଲେ । ଆଗ୍ନିକ ମାନଙ୍କ ଏପରି କାମକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଥିଲେ ।

0
0
0
s2sdefault