ବିଜେପୁର /ବରପାଲି ଜଣେ ୱାର୍ଡମେମ୍ବରଙ୍କୁ ଗାଳିଗୁଲଜ, ଜୀବନରେ ମାରିଦେବା ଧମକ ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ବରପାଲି ବ୍ଲକ୍ ଭଟିଗାଁ ସରପଞ୍ଚ ହୀମାଞ୍ଚଳ ସାହୁ ଗିରଫ ହୋଇ ଜେଲ୍ ଯାଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଗତ ୩୦ ତାରିଖ ଦିନ ବରପାଲି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀ ସାହୁ ଓ ରେଟମୁଣ୍ଡାର ୱାର୍ଡମେମ୍ବର ପ୍ରଭାକର ଶିକାଙ୍କ ବଚସା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷରୁ ବରପାଲି ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ଦିନ ଭଟିଗାଁ ସରପଞ୍ଚ ଶ୍ରୀ ସାହୁ ଓ ରେଟାମୁଣ୍ଡା ଗ୍ରାମର କେତେ ଜଣ ବ୍ୟକ୍ତିଙ୍କ ସହ ୱାର୍ଡମେମ୍ବର ଶ୍ରୀ ଶିକାଙ୍କ ବିରୋଧ କିଛି ଅଭିଯୋଗ ନେଇ ବ୍ଲକ୍ ଅଫିସକୁ ଆସିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ୱାର୍ଡମେମ୍ବର ଶ୍ରୀ ଶିକା ତାଙ୍କୁ ଗାଳିଗୁଲଜ ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ସରପଞ୍ଚ ଶ୍ରୀ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୁଲିସ ତାଙ୍କ ଅଭିଯୋଗ ଉପରେ ଏକ ମକଦ୍ଦମା କେସ ନମ୍ବର ୧୮୩/୨୦୨୫ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ଅପରପକ୍ଷରେ ଭଟିଗାଁ ପଞ୍ଚାୟତର ୧୩ ନମ୍ବର ୱାର୍ଡସଭ୍ୟ ଶ୍ରୀ ଶିକା ରେଟାମୁଣ୍ଡାଗୁଲିହାପଦରର ରାସ୍ତାକୁ ବିଭାଗୀୟ ଅଧିକାରୀମାନେ ତଦାରଖ କରୁଥିବା ବେଳେ ସେ ତଦାରଖ କାର୍ଯ୍ୟରେ ସାମିଲ ଥିଲେ। ଗତ ୩୦ ତାରିଖ ସକାଳେ କୌଣସି କାର୍ଯ୍ୟ ପାଇଁ ସେ ବରପାଲି ବ୍ଲକ୍ ଅଫିସକୁ ଆସିଥିବା ବେଳେ ସରପଞ୍ଚ ଶ୍ରୀ ସାହୁଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ହଠାତ୍ ସରପଞ୍ଚ ଶ୍ରୀ ସାହୁ ତାଙ୍କୁ ଜାତିଆଣ ଆକ୍ଷେପ ନେଇ ଗାଳିଗୁଲଜ, ଆକ୍ରମଣ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ ବୋଲି ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ଶ୍ରୀ ଶିକା ଉଲ୍ଲେଖ କରିଥିଲେ | ପୁଲିସ ଏହା ଉପରେ ଏକ ମକଦ୍ଦମା ରୁଜୁ କରି କେସ ନମ୍ବର ୧୮୪/୨୦୨୫ ଭାରତୀୟ ପିଙ୍ଗଳ କୋର୍ଟ ୨୯୬, ୧୧୫(୨), ୩୫୧(୨), ଏସ୍ସି ଏସ୍ଟି (୩)ରେ ମାମଲା ରୁଜୁ କରିଥିଲେ । ପୁଲିସ ୱାର୍ଡମେମ୍ବର ଶ୍ରୀ ଶିକାଙ୍କ ଅଭିଯୋଗ ଉପରେ ମକଦ୍ଦମା ରଜୁ କରି ଅଭିଯୁକ୍ତ ଭଟିଗାଁ ସରପଞ୍ଚ ଶ୍ରୀ ସାହୁଙ୍କ ନାମରେ ଗିରଫ ୱାରେଣ୍ଟ ପରୱାନା ଜାରି କରିଥିଲେ। ପରେ ବରଗଡ଼ ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ବରପାଲି ପୁଲିସ ସରପଞ୍ଚ ଶ୍ରୀ ସାହୁଙ୍କୁ ସଂଧ୍ୟାରେ ବରପାଲି ବସ୍ଷ୍ଟାଣ୍ଡ ନିକଟରୁ ଗିରଫ କରିଛି|
ରାଜ୍ୟ
ସରପଞ୍ଚ-ୱାର୍ଡମେମ୍ବର ପାଟିତୁଣ୍ଡ ମାମଲା: ଜେଲ୍ଗଲେ ଭଟିଗାଁ ସରପଞ୍ଚ
- Hits: 2067