ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ଯକ୍ରମ ରେ ଉଚ୍ଚ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସମୁଦାୟ ୨୩ ଜଣ ଛାତ୍ରଛାତ୍ରୀ ଙ୍କୁ ଚୟନ କରାଯାଇ ସେମାନଙ୍କୁ ଗୋଟି ଲେଖାଏ ଟ୍ୟାବ୍ ପ୍ରଦାନ କରାଯାଇଥିଲା ।
ଉକ୍ତ କାର୍ଯକ୍ରମଟି ଆଦିତ୍ୟ ଆଲୁମିନିୟମ ସ୍ଥିତ କ୍ଲବ ହାଉସ ରେ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ଅଗ୍ରୱାଲ, ସମିତି ସଭ୍ୟ ଶ୍ରୀଯୁକ୍ତ କିରଣ ବେହେରା, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର ବାଗ୍, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମୋନିକା ବହିଦାର, ୮ ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ , ୬ ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । ଆଦିତ୍ୟ ଆଲୁମିନିୟମ କାରଖାନାର ମୁଖ୍ୟ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ନାୟକ ଯୋଗଦେଇ ଶିକ୍ଷାର ପ୍ରସାର ଏବଂ ଭିତି ଭୂମି ଉପରେ ଆଲୋଚନା କରି ଗୁଣାତ୍ମକ ଶିକ୍ଷାକୁ ସ୍ଥାନୀୟ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରବର୍ତ୍ତାଇ ଥିଲେ । ଏହା ସହିତ ମାନବ ସମ୍ବଳ ର ମୁଖ୍ୟ ଶ୍ରୀଯୁକ୍ତ ବିନୋଦା ନନ୍ଦ ଠାକୁର କହିଥିଲେ ଯେ ନୂତନ ଶିକ୍ଷା ପ୍ରଣାଳୀ ଅନୁଯାୟୀ ଡିଜିଟାଲ ଶିକ୍ଷାକୁ କିପରି ଆହୁରି ସମୃଦ୍ଧ କରିବା ଓ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । ତତ୍ ସଙ୍ଗେ ସଙ୍ଗେ ସମସ୍ତ ଅଭିଭାବ ମାନଙ୍କର ମନବଳ ବଢ଼ାଇଥିଲେ । ପାରିପାର୍ଶ୍ବିକ ଉନ୍ନୟନ ମୁଖ୍ୟ ଶ୍ରୀଯୁକ୍ତ ରବି ନିୱାଶ ତାଙ୍କର ବକ୍ତବ୍ୟରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭଲ କ୍ୟାରିୟର ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ କାରଖାନାର ଅଧିକାରୀ ଶ୍ରୀଯୁକ୍ତ ଗୁଲସନ୍ ତିୱାରୀ, ଶ୍ରୀଯୁକ୍ତ ରଞ୍ଜିତ୍ କୁମାର , ଶ୍ରୀଯୁକ୍ତ ରଜତ୍ ମଜୁମଦାର, ଶ୍ରୀଯୁକ୍ତ ମନୋଜ ଶର୍ମା, ଶ୍ରୀଯୁକ୍ତ ଶୁଭେନ୍ଦୁ ବିଶ୍ୱାସ, ଶ୍ରୀଯୁକ୍ତ ହେମ ରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ମଧୁସୂଦନ ଜେନା ଓ ଶ୍ରୀଯୁକ୍ତ ନୀଳମାଧବ ପତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ପରିଶେଷରେ ସମସ୍ତ ଅଭିଭାବମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କାର୍ଯକ୍ରମଟି ସି.ଏସ. ଅର୍ ବିଭାଗ ଦ୍ଵାରା କରାଯାଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ମନୋରଂଜନ ବେହେରା ଓ ସି.ଏସ.ଆର ଟିମ୍ ଦ୍ଵାରା ଆୟୋଜନ ଓ ପରିଚାଳନା କରାଯାଇଥିଲା ।
ରାଜ୍ୟ
ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ
- Hits: 51