ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଆଜି ଜୁଲାଇ ମାସ ୬ ତାରିଖ ରବିବାର ଦିନ ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ମା ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜିଲୁଣ୍ଡୀ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସହିତ ବନୋମହୋତ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବନମହୋତ୍ସବ ମା ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜିଲୁଣ୍ଡି ପରିସରରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୁପେ ତାଲୁକ୍ ଆଇନ ସେବା କମିଟି ର ଅଧ୍ୟକ୍ଷ ତଥା ଏଡିଜେ ଶେଖ୍ ମହମ୍ମଦ କଏସ ଯୋଗଦେଇ ଚାରା ରୋପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ସିନିୟର ସିଭିଲ ଜଜ୍ ଦେବାଶିଷ ବିଷୋୟୀ, ଉପଜିଲ୍ଲାପାଳ ଶ୍ରୀ ଉମା ଶଙ୍କର ବେହେରା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ସହାୟକ ଜିଲାପାଳ ରାମକୃଷ୍ଣ ମହାପାତ୍ର, ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସରୋଜ ଲକ୍ଷ୍ମୀ ଦାସ ଏବଂ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ଙ୍କ ସମେତ ଛାତ୍ରୀ ଯୋଗଦେଇ ଥିଲେ।କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ।
ସେହିପରି ଉକ୍ତ ଆଇନ ସଚେତନତା କାର୍ଯ୍ୟକ୍ରମ ରେ "କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷାର ଅଧିକାର" ବିଷୟବସ୍ତୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଧ୍ୟ ମୁଖ୍ୟ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶେଖ୍ ମହମ୍ମଦ କଏସ ଯୋଗ ଦେଇ ସୁପ୍ରିମକୋର୍ଟ ଦ୍ଵାରା ପ୍ରଣୀତ ବିଭିନ୍ନ ଶିଶୁ ନ୍ୟାୟ ଅଧିକାର ବିଷୟରେ ବର୍ଣ୍ଣନା କରିଥିଲେ ।ସେହିପରି ବରିଷ୍ଠ ଦିୱାନୀ ବିଚାରପତି ଶ୍ରୀ ଦେବାଶିଷ ବିଶୋଇ ଶିଶୁ ନ୍ୟାୟ ( ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ ବିଷୟରେ ଆଲୋକପାତ କରିଥିଲେ। ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ବିଷୟରେ ବର୍ଣ୍ଣନା କରିଥିଲେ। ବରିଷ୍ଠ ଓକିଲ ଶ୍ରୀ ରଜତ ଦାସ ଏହି ଆଇନ ସମ୍ପର୍କିତ ଅନ୍ୟାନ୍ୟ ବିଷୟ ଉପରେ ବର୍ଣ୍ଣନା କରି ଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରି ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ବହୁତ୍ ସଂଖ୍ୟାରେ ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସରୋଜ ଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।