ହେଡଲାଇନସ୍:

ଟିପିଡବ୍ଲୁଓଡିଏଲ୍ ଦ୍ୱାରା ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ବିଦ୍ୟୁତ୍ଭିତ୍ତିଭୂମିର ଉନ୍ନତିକରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ପଣସପଡ଼ା ଏବଂ ସାଲେପଡ଼ା ଗ୍ରାମରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଗୁଡ଼ିକୁ ଅପଗ୍ରେଡ କରାଯାଇଅଛି ।

  •  ତେଲିପଡ଼ା ଗ୍ରାମରେ ଏକ ଅତିରିକ୍ତ ୨୫୦କେ.ଭି.ଏ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ଟ୍ରାନ୍ସଫର୍ମରସ୍ଥାପନ କରାଯାଇଅଛି ।

  •  ଏହି ଅପଗ୍ରେଡସନ୍ ଦ୍ୱାରା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହିତ ଲୋ ଭୋଲ୍ଟେଜ୍, ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଭଳି ସମସ୍ୟାରେ ହ୍ରାସ ଘଟିବ ।

ବୁର୍ଲା/ସମ୍ବଲପୁର, ୦୩ଜୁଲାଇ, ୨୦୨୫:ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲୁଓଡିଏଲ୍) ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ହାତକୁ ନେଉଅଛି । ନିରବଚ୍ଛିନ୍ନ ଏବଂ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ପ୍ରଦାନ କରିବାର ପ୍ରତିବଦ୍ଧତା ପୂର୍ବକ ଟିପିଡବ୍ଲୁଓଡିଏଲ୍ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ତିନୋଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର (DTR)କୁସଫଳତାର ସହିତ ଅପଗ୍ରେଡ୍ କରିଅଛି ।
ଏହି ପଦକ୍ଷେପ ଅନୁଯାଇ, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକର ପଣସପଡ଼ା ଏବଂ ସାଲେପଡ଼ା ଗ୍ରାମରେ ଥିବା ୧୬କେ.ଭି.ଏ ବିଶିଷ୍ଟ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗୁଡ଼ିକୁ ୨୫କେ.ଭି.ଏ କ୍ଷମତାକୁ ଅପଗ୍ରେଡ କରାଯାଇଅଛି । ଏହି ପଦକ୍ଷେପ ଦ୍ୱାରା ଉକ୍ତ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହେବା ସହିତ ଲୋ ଭୋଲ୍ଟେଜ୍, ବିଦ୍ୟୁତ୍ ବିଭ୍ରାଟ ଭଳି ସମସ୍ୟାରେ ହ୍ରାସ ଘଟିବ ବୋଲି ଆଶା କରାଯାଉଅଛି ।
ସେହିପରି ଟିପିଡବ୍ଲୁଓଡିଏଲ୍ ଦ୍ୱାରା ବଡ଼ମାଲ ବିଜୁ ଚୌକଠରେ ଥିବା୫୦୦କେ.ଭି.ଏ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଓଭରଲୋଡିଂର ସମସ୍ୟାକୁ ସମାଧାନ କରିବା ପାଇଁ ଝାରସୁଗୁଡା ଜିଲ୍ଲାର ତେଲିପଡ଼ା ଗ୍ରାମରେ ଏକ ଅତିରିକ୍ତ ୨୫୦କେ.ଭି.ଏ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ଟ୍ରାନ୍ସଫର୍ମରସ୍ଥାପନ କରାଯାଇଅଛି । ଏହା ଦ୍ୱାରା ଗ୍ରାମର ପ୍ରାୟ ୧୦୦ ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ସୁନିଶ୍ଚିତ କରାଯାଇଅଛି ।

ଏହି ଉନ୍ନତିକରଣ କାର୍ଯ୍ୟ ବିଷୟରେ ନିଜ ମତ ପ୍ରକାଶ କରି ଟିପିଡବ୍ଲୁଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, ଆମେ ଆମର ବିତରଣ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିକୁ ଉନ୍ନତ ଏବଂ ଆଧୁନିକୀକରଣ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଅଛୁ । ଏହି ସାମ୍ପ୍ରତିକ ଅପଗ୍ରେଡେସନ୍ କାର୍ଯ୍ୟ ବିଦ୍ୟୁତ୍ ବିତରଣ ସେବାରେ ଉନ୍ନତି ଆଣିବା ସହ ଗ୍ରାହକ ସନ୍ତୁଷ୍ଟି ସୁନିଶ୍ଚିତ କରିବା ଏବଂ ଗ୍ରାମୀଣ ଏବଂ ସହାଞ୍ଚଳରେ ବର୍ଦ୍ଧିତ ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବ ।

 

0
0
0
s2sdefault