ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଂଜାମ ଜିଲ୍ଲାର ପ୍ରମୂଖ ବ୍ଲକ ମଧ୍ୟରେ ଭଞ୍ଜନଗର ବ୍ଲକ ଓ ଏଥି ମଧ୍ୟରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁନାମ ଓଡିଶା ରେ ଅଛି। କାରଣ ଏଠିକାର ସ୍ଵଛତା ସୁନ୍ଦରତା ଓ ପରିମଳ ଉପରେ ଅନେକ ଗୁରୁତ୍ୱ ଦେଇଥାନ୍ତି,କିନ୍ତୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ନୂତନ ବସଷ୍ଟାଣ୍ଡ ର ଅବସ୍ଥା ନ କହିଲେ ଭଲ। ସରକାରୀ ବସ ଷ୍ଟାଣ୍ଡ୍ ନିକଟରେ ଥିବା ପଥ ପ୍ରାନ୍ତ ପରିଶ୍ରା ଗାର ନିକଟକୁ ଥରେ ଯିଏ ଯିବ ସେ ରୋଗରେ ପଡିବା ସୁନିଶ୍ଚିତ।ସରକାର ମହିଳା ମାନଙ୍କ ସୁବିଧା ସକାଶେ ନିର୍ମାଣ କରିଥିବା ମହିଳା ପରିସ୍ରାଗାର କୁ ଅକ୍ତିଆର କୁ ନେଇଛନ୍ତି ଖୋଲା ମଦୁଆ ମାନେ। ଶୌଚାଳୟ ମଧ୍ୟରେ ପଡ଼ି ରହିଛି କୁଢ଼ କୁଢ଼ ଅଳିଆ, ମଦ ବୋତଲ, ଗ୍ଲାସ।ଏମିତିକି ବହୁ ଦିନ ଧରି ଏହାକୁ ପରିଷ୍କାର ପରିଚ୍ଛନ୍ନ କରାଯାଇନାହିଁ । ଏହି ମହିଳା ପରିସ୍ରାଗାର ,ନିକଟରେ ପୁରୁଷ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ପରିସ୍ରାଗାର ତା ଠାରୁ ଅଧିକ ଶୋଚନୀୟ। ଯିଏ ଯେମିତି ,ଯେଉଁଠି ପରିସ୍ରା କରି ପାରିଲା, ଯିଏ ଯେମିତି ମଳ ତ୍ୟାଗ କରି ପାରିଲା। ଏହି ପ୍ରକାର ଦୟନୀୟ ପରିମଳ ଅବସ୍ଥା କୁ ଦେଖି ଯାତ୍ରୀ ହେଉ କିମ୍ବା ଦୋକାନୀ କିମ୍ବା ବସ୍ କର୍ମଚାରୀ ସମସ୍ତେ ତାଯୁବ୍ ।ମହିଳା ଯାତ୍ରୀ ମାନେ ଯେଉଁ ପ୍ରକାର ହଇରାଣ ହେଉଛନ୍ତି ସେହି ପ୍ରକାର ହଇରାଣ ହେଉଛନ୍ତି ସାଧାରଣ ଯାତ୍ରୀ ଟିଏ।ବସଷ୍ଟାଣ୍ଡ ଠାରୁ ଅଳ୍ପ ଦୂରରେ ଥାନା ଅଫିସ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟଳୟ ଏହି ବାଟ ଦେଇ ପ୍ରତିଦିନ ଏହି ଅଫିସ ର ବାବୁମାନେ ଯିବାଆସିବା କରନ୍ତି, କିନ୍ତୁ କାହାର ଏଥି ପ୍ରତି ଧ୍ୟାନ ନାହିଁ। ଏଠି ଅଛି ନା ସରକାର ଙ୍କ ଆନ୍ତରିକତା ନା ପ୍ରଶାସନ କାହାର କିଛି ଯାଏଆସ ନାହିଁ। କାହିଁକି ନାଁ ବଡ଼ ବାବୁ ମାନଙ୍କ ଓ ତଥା କଥିତ ବଡ଼ ଲୋକମାନେ ନିଜ ନିଜର ସୈ।ଖିନି ଜାନରେ ଯା ଆସ କରନ୍ତି। ସେମାନଙ୍କ ବସଷ୍ଟାଣ୍ଡ୍ ର ଯେପରି ଆବଶ୍ୟକତା ହିଁ ନାହିଁ। ଦରକାର ପଡିଲେ ଆମେ ସରକାରିଆ କର୍ମଚାରୀ ସରକାରୀ ବସ୍ ରେ ଯିବୁ । କିନ୍ତୁ ଏଠି କେବଳ ସାଧାରଣ ନିରୀହ ଜନସାଧାରଣ ବଳିପଡୁଛନ୍ତି। ଆଗକୁ ବର୍ଷା ଦିନ ବିଭିନ୍ନ ପ୍ରକାରର ଝାଡା ବାନ୍ତି ଓ ହଇଜା ବ୍ୟାପିବା ର ସମ୍ଭାବନା ରହିଛି ତେଣୁ ସରକାର ଏଥି ପ୍ରତି ଧ୍ୟାନ ଦେବା କୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି ।
ଆଜି କିଛି ସାମ୍ବାଦିକ ଖବର ସଂଗ୍ରହ କରିବା ସମୟରେ ମହିଳା ଯାତ୍ରୀ ମାନେ ମୁହଁରେ ରୁମାଲ ଦେବା ସହ ଶୌଚାଳୟ ସାମ୍ନାରେ ଥିବା କୁଢ଼ କୁଢ଼ ମଇଳା ଓ ଶୌଚାଳୟ ଭିତର ଅବସ୍ଥା ଦେଖି ଫେରି ଆସୁଥିଲେ। ମାନେସୂଚନାଯୋଗ୍ୟ ଯେ ଏଠାରେ ଥିବା ବିଭିନ୍ନ ହୋଟେଲ ଓ ଦୋକାନ ରୁ ମଧ୍ୟ ବର୍ଯ୍ୟ ଵସ୍ତୁ ପରିମଳ ଅବସ୍ଥା କୁ ଗୁରୁତର କରୁଛି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ ,ଏହି ପରିମଳ ଅବସ୍ଥା ପାଇଁ ଦାୟୀ କିଏ, ?ଯଦି ସରକାର ତାଙ୍କ କାର୍ଯ୍ୟ କରୁଛନ୍ତି ,ଜନସାଧାରଣ ମଧ୍ୟ ପରିମଳ କୁ ସଫା ରଖିବାର ଦାଇତ୍ଵ ରହିଛି।ଯେମିତି ନିଜ ଘର ନିଜେ ସଫା ରଖୁଛନ୍ତି ସେହିପରି ନିଜ ସହରକୁ ନିଜେ ସଫା ରଖିବା ସମସ୍ତ ଙ୍କ କର୍ତ୍ତବ୍ୟ ମଧ୍ୟ। ତେଣୁ ଉକ୍ତ ସମସ୍ତ ସମସ୍ୟା କୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁରୁତର ସହ ନେଇ ପରିମଳ ବ୍ୟବସ୍ଥା କୁ ସୁଧାରିବା ସହ ପ୍ରତିଦିନ ବସ୍ କୁ ଅପେକ୍ଷା କରିବା ପାଇଁ ଏଠାକୁ ଆସୁଥିବା ଶହ ଶହ ଯାତ୍ରୀଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ସାଧାରଣ ଜନତା ସ୍ଵର ଉଠାଇଛନ୍ତି।
ରାଜ୍ୟ
ଭଞ୍ଜନଗର ବସଷ୍ଟାଣ୍ଡ୍ ର କଦର୍ଯ୍ୟ ପରିମଳ ବ୍ୟବସ୍ଥା ପାଇଁ ସାଧାରଣ ରେ ନିନ୍ଦା
- Hits: 36