ହେଡଲାଇନସ୍:

ଗୁରୁଗ୍ରାମରେ ମହା ସମାରୋହ ସହକାରେ ରଥଯାତ୍ରା ସମ୍ପନ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଗୁରୁଜୀଙ୍କ ଦ୍ଵାରା ଛେରା ପହଁରା, ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ

  • ହରିଆଣା ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ଯୋଗଦାନ

ଗୁରୁଗ୍ରାମ : ଗୁରୁଜୀ ଡକ୍ଟର ଚନ୍ଦ୍ର ଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗ ଦର୍ଶନ ରେ ଗୁରୁଗ୍ରାମ୍ ସ୍ଥିତ ସାଇ କା ଆଙ୍ଗନ୍ ଠାରେ ପବିତ୍ର ରଥ ଯାତ୍ରା ଉତ୍ସବ ମହା ସମାରୋହ ସହକାରେ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି ।

ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ରଥ ଉପରେ ଛେରା ପହଁରା କରିଥିଲେ । ଗୁରୁଜୀ ରଥାରୁଢ଼ ମହାପ୍ରଭୁଙ୍କର ଆରତୀ କରିବା ସମୟରେ ମହାପ୍ରଭୁଙ୍କର ଶ୍ରୀଭୁଜରୁ ଫୁଲ ହାର ଖସିପଡ଼ିବା ଦେଖି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉନ୍ମାଦନା ଖେଳି ଯାଇଥିଲା ।
ଗୁରୁଗ୍ରାମ ଏବଂ ହରିଆଣା ଓ ନୂଆଦିଲ୍ଲୀର ବିଭିନ୍ନ ଅଞ୍ଚଳ ସମେତ ଓଡ଼ିଶା ଓ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗ ଦେଇଥିଲେ । ବିଦେଶରୁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ସଂଯୁକ୍ତ ଆରବ ଏମିରଟ ପ୍ରଭୃତି ଦେଶରୁ ମଧ୍ୟ ବହୁ ଭକ୍ତ ଯୋଗ ଦେଇଥିଲେ ।
ହରିଆଣାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଉତ୍ସବରେ ଯୋଗଦେଇ ତିନି ଠାକୁରଙ୍କ ଆରତୀ କରିଥିଲେ ।କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଯୋଗ ଦେଇ ମହାପ୍ରଭୁଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ।
ସୂଚନାଯୋଗ୍ୟ ଯେ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ଦୀର୍ଘ୍ ବର୍ଷ ଧରି ତାଙ୍କର ଆଧ୍ୟାତ୍ମିକ ଅଭିଯାନରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମିତ୍ତ ଦେଶ ଓ ଦେଶ ବାହାରେ ନିରନ୍ତର ଭାବରେ କାର୍ଯ୍ୟ କରି ଆସୁଛନ୍ତି । ୨୦୦୯ ମସିହାରେ ନୂଆଦିଲ୍ଲୀ ସ୍ଥିତ ପାୱାର ଗ୍ରିଡ ମନ୍ଦିରରେ ସେ ରଥ ଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ନୋଇଡ଼ାରେ ୨୦୧୮ ରେ ରଥଯାତ୍ରା ଉତ୍ସବ ସମ୍ପାଦନ କରିଥିଲେ । ସାଇ କା ଆଙ୍ଗନ୍ ରେ ଗତ ବର୍ଷ ଠାରୁ ଗୁରୁଜୀଙ୍କ ପ୍ରେରଣା ରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଯୁକ୍ତ ରାଷ୍ଟ୍ର ଆମେରିକାର ଡ଼ଲାସ ଓ ନାସଭିଲ୍ ରେ ୨୦୧୧ ଏବଂ ହଷ୍ଟନରେ ୨୦୧୨ ମସିହାରେ ଗୁରୁଜୀ ରଥଯାତ୍ରା ଉତ୍ସବ ସମ୍ପାଦନ କରିଥିଲେ ।
ଏହି ଅବସରରେ ପାରମ୍ପରିକ ଶୈଳୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାରମ୍ପରିକ ଓଡ଼ିଆ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା । ବହୁ ସଂଖ୍ୟାରେ ଷ୍ଟଲ ମଧ୍ୟ ଖୋଲାଯାଇଛି।
ରଥ ଯାତ୍ରା ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ଅଞ୍ଚାଲରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବ୍ୟାପକ ଜନ ଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault