ହେଡଲାଇନସ୍:

ଅନ୍ତର୍ଜାତୀୟ ମାଦକଦ୍ରବ୍ୟ ର ଅପବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ଅବସର ରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ , ଗଜପତି ଦ୍ୱାରା ଜନଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତିଙ୍କ ଦ୍ୱାରା ଏବଂ ଏନଏଏଲଏସଏ (NALSA) , ନୂଆଦିଲ୍ଲୀ ଓ ଓଏସଏଲଏସଏ (OSLSA) , କଟକଙ୍କ ନିର୍ଦ୍ଦେଶାନୁସାରେ ବି. ଏମ୍. ହାଇସ୍କୁଲ , ଖରଡାରେ ଅନ୍ତର୍ଜାତୀୟ ମାଦକଦ୍ରବ୍ୟ ର ଅପବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ଉପଲକ୍ଷେ ଜନଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଅଧ୍ୟକ୍ଷତା କରିଥିଲେ ଏବଂ ସେ ଛାତ୍ରଛାତ୍ରୀଙ୍କୁ ଏହି ଦିବସ ପାଳନର ଗୁରୁତ୍ୱ ବିଷୟରେ ସଚେତନ କରିଥିଲେ।
ଏଥିରେ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ ବି.ଏମ୍. ହାଇସ୍କୁଲ ଖରଡା ର ପ୍ରଧାନ ଶିକ୍ଷକ ଶ୍ରୀ ଅମୋସ୍ ଲିମା , ଜେ. ବଡତାୟ , ଆଇନ ସହାୟକ ଓ ଡିସିପିଓ , ଗଜପତିଙ୍କ ପ୍ରତିନିଧି , ଶ୍ରୀ ମନୁ ଆୟଲ , ନିରୀକ୍ଷକ , ଅବକାରୀ ବିଭାଗ , ଗଜପତି , ଶ୍ରୀ ଖଗେଶ୍ୱର ଚୌଧୁରୀ , ଆଇନ ସହାୟକ , ଓଏସସି , ଗଜପତି , ସୁନିତା ରଥ , କେନ୍ଦ୍ରୀୟ ପ୍ରଶାସକ , ଓଏସସି , ଗଜପତି , ଡ଼ା. ଅଳକା ନନ୍ଦା , ଚିକିତ୍ସାଧିକାରୀ , ପି.ଏଚ.ସି, ହଡୁଭଙ୍ଗି ଓ ଶ୍ରୀ ପ୍ରସନ୍ନ କୁମାର ମଲ୍ଲିକ , ଡ୍ରଗ୍ସ ଇନ୍ସପେକ୍ଟର , ଗଜପତି।
ଉପସ୍ଥିତ ଅତିଥିମାନେ ମାଦକଦ୍ରବ୍ୟ ଅପବ୍ୟବହାର ଓ ଏହାର କୁପ୍ରଭାବ ବିଷୟରେ ଅବଗତ କରାଇଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଏହା ଠାରୁ ଦୂରେ ରହିବାକୁ ପ୍ରେରିତ କରିଥିଲେ।

0
0
0
s2sdefault