ଓଡଗାଁ,୨୫।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ଡ୍ରାଇଭର ମହାସଂଘ ଆହ୍ବାନ କ୍ରମେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶାଖା ଡ୍ରାଇଭର ସଂଘ ୭ ଦଫା ଦାବି ପୂରଣ ନହେଲେ ଜୁଲାଇ ୮ ତାରିଖରୁ ସମସ୍ତ ଡ୍ରାଇଭର ଭାଇମାନେ ଷ୍ଟିୟରିଂ ଛାଡ଼ିବେ ଏବଂ ଆବଶ୍ୟକ ପଡିଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ସରକାରଙ୍କୁ ଅସହଯୋଗ କରିବେ । ଏବଂ ଯଦି ଏଥିପାଇଁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ସେଥିପାଇଁ ସରକାର ହିଁ ଦାୟୀ ରହିବେ ସଂଘ ତରଫରୁ କହିଛନ୍ତି । ସୂଚନା ଥାଉକି ଡ୍ରାଇଭର ସଂଘର ବିଭିନ୍ନ ଦାବୀ ନେଇ ଶେଷଥର ପାଇଁ ଗତ ମାର୍ଚ୍ଚ ୨୯ ତାରିଖରେ ଭୁବନେଶ୍ଵର ଲୋୟର ପିଏମଜିରେ ୬ ଦିନଧରି ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ । ତେବେ ଦାବି ପୁରଣ ନହେବାରୁ ଜୁଲାଇ ୮ ତାରିଖରୁ କୌଣସି ଗାଡ଼ି ଚଲିବ ନାହିଁ ।
ରାଜ୍ୟ
ସାତ ଦଫା ଦାବି ପୁରଣ ନହେଲେ ଷ୍ଟିୟରିଂ ଛାଡ଼ ଚେତାବନୀ
- Hits: 11