ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଐତିହ୍ୟ ସ୍ମାରକୀ ସମ୍ପର୍କ ରେ ଏକ ଆଲୋଚନାଚକ୍ର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ପାରଳଖେମୁଣ୍ଡିର ବହୁ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଦାନ୍ୟତା ଓ ପଦକ୍ଷେପ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଗାମୀ ୨୮ତାରିଖ ଦିନ ଗଜପତି ଭିଜନ ଡକ୍ୟୁମେଣ୍ଟ (Gajapati vision document) ପ୍ରସ୍ତୁତି ନିମନ୍ତେ କ୍ରିୟାନୁଷ୍ଠାନ କମିଟି ଗଠନ ସକାଶେ ପୌରପାଳିକା ସଂଲଗ୍ନ ଅଞ୍ଚଳ ର ବ୍ୟକ୍ତିବିଶେଷମାନଙ୍କୁ ଉକ୍ତ ସଭା ରେ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିବାକୁ ନିବେଦନ କରାଗଲା।
ଭାରତ ଭୂଷଣ ମହାନ୍ତି , ଅଶ୍ଵିନୀ ପାଢୀ , ବିଚିତ୍ରାନନ୍ଦ ବେବର୍ତ୍ତା , ବିନୋଦ ଚନ୍ଦ୍ର ଜେନା , ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର , ଆରୁପାଞ୍ଜଳି ମହାନ୍ତି , ଶୁଭ୍ରା ପଟ୍ଟନାୟକ , ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ , ସ୍ନିଗ୍ଧା ମିଶ୍ର , ପ୍ରମୋଦ ପାଢୀ , ରାମ ଚନ୍ଦ୍ର ପାଢୀ , ଶ୍ୟାସୁନ୍ଦର ଗନ୍ତାୟତ , ଅରକ୍ଷିତ ଜେନା , ସଚି ସମଲ , ତ୍ରିପତି ପଣ୍ଡା ପ୍ରଭୁତି ୬୦ ରୁ ଉର୍ଦ୍ଧ୍ବ ଯୋଗ ଦେଇଥିଲେ।
ରାଜ୍ୟ
ପାରଳଖେମୁଣ୍ଡି ର ବୁଦ୍ଧିଜୀବୀଙ୍କ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ
- Hits: 41