ନୟାଗଡ଼(ବିଶ୍ୱଜିତ ନାୟକ) :- - ନୟାଗଡ଼ ସାମ୍ବାଦିକ ଭବନରେ ଆସନ୍ତା ୨୫ ତାରିଖ ବୁଧବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଏନେଇ ସାମ୍ବାଦିକ ଭବନ ପରିସରରେ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନୟାଗଡ଼ ରକ୍ତ ଭଣ୍ଡାରରେ ଲାଗି ରହିଥିବା ରକ୍ତ ସମସ୍ୟାକୁ ସାମୟିକ ଦୂର କରିବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପକ୍ଷରୁ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ନୟାଗଡ଼ ରୋଟାରୀ କ୍ଲବ ସହବନ୍ଧିତ ଭାବେ କାର୍ଯ୍ୟ କରିବ । ନୟାଗଡ଼ ସହରରେ ସ୍ୱେଚ୍ଛାସେବୀ, ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ, ସରକାରୀ କର୍ମଚାରୀ ଓ ବୁଦ୍ଧିଜୀବୀ ଏହି ରକ୍ତଦାନ ଶିବିରରେ ସାମିଲ ହେବାକୁ ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ ଖଟେଇ ଆହ୍ୱାନ ଦେଇଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାସ ଶିବିର ଆୟୋଜନରେ ସହଯୋଗ କରିବା ପାଇଁ ସମ୍ମତି ଜଣାଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ସାମ୍ବାଦିକ ସହଯୋଗ କରିବା ସହ ଏ ଦିଗରେ କାର୍ଯ୍ୟ କରିବାକୁ ମତ ଦେଇଛନ୍ତି ।
ରାଜ୍ୟ
୨୫ରେ ସାମ୍ବାଦିକ ଭବନରେ ରକ୍ତଦାନ ଶିବିର
- Hits: 10