ହେଡଲାଇନସ୍:

ଅଶୋକ ଙ୍କ ଛତ୍ର ଛାୟାରେ ରେଡ୍ଡୀ ଙ୍କ ଜିମ୍ନାଷ୍ଟିକ୍ ସାମ୍ରାଜ୍ୟ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଦ୍ଵାରା ଓଡିଶାରେ ନିର୍ମିତ ୪ ଟି ଜିମ୍ନାଷ୍ଟିକ୍ ସେଣ୍ଟର୍। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ରେ ଜିମ୍ନାଷ୍ଟିକ୍ ଉଚ୍ଚ କ୍ଷମତା ସମ୍ପନ୍ନ କେନ୍ଦ୍ର ଚାଲିଥିଲାବେଳେ ପୁରୀ, ରାଉରକେଲା ଓ ଜୟପୁରରେ ରହିଛି ତୃଣମୂଳ ଜିମ୍ନାଷ୍ଟିକ୍ ପ୍ରଶିକ୍ଷଣ କେନ୍ଦ୍ର। ଏହି ସବୁ କେନ୍ଦ୍ରର ଉଦ୍ଦେଶ୍ୟ ରହିଥିଲା ଜିମ୍ନାଷ୍ଟିକ୍‌ ଭଳି ଏକ ବିଦେଶୀ ଖେଳକୁ ନେଇ ଅଧିକରୁ ଅଧିକ ଲୋକପ୍ରିୟତା ସହିତ ନବପ୍ରତିଭାର ବିକାଶ। ଏହି କ୍ରମରେ ରାଉରକେଲା କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ଙ୍କ ଉପରେ ସଙ୍ଗୀନ ଅଭିଯୋଗ ପରେ ଏ ଏମ ଏନ୍ ଏସ ର କାର୍ଯ୍ୟକ୍ରମ ମୁଖ୍ୟଙ୍କ ଦ୍ୱାରା ତଦନ୍ତ କରାଯାଇ ରିପୋର୍ଟ ଆଧାରରେ ପ୍ରଶିକ୍ଷକ ଙ୍କୁ ପୁରୀ ବଦଳି କରି ଦିଆଗଲା। ଅନ୍ୟପକ୍ଷେ କିଛି ମାସ ପୂର୍ବରୁ ଭୁବନେଶ୍ଵର ଏଚ ପି ସି ର ଜଣେ ମହିଳା ପ୍ରଶିକ୍ଷିକଙ୍କ ଉପରେ ହୋଇଥିବା ସଙ୍ଗୀନ ଅଭିଯୋଗ ପରେ ତାଙ୍କୁ ପୁରୀ କେନ୍ଦ୍ରକୁ ବଦଳି କରାଯାଇଥିଲା। ପୁରୀ ବଦଳି ପଛରେ ରହସ୍ୟ କଣ କାରଣ ଅସ୍ପଷ୍ଟ ଥିଲେ ସୁଦ୍ଧା ସେଠାରେ ରେଡ୍ଡୀ ଙ୍କ ରାଜ୍ । ରେଡ୍ଡୀ ବାବୁ କୁଆଡେ ପୁରୀ ଜିଲ୍ଲା ସ୍କୁଲ ର ଦିର୍ଘ ୯ ବର୍ଷ ହେଲା କ୍ରୀଡା ଶିକ୍ଷକ। ନିର୍ଦ୍ଧିଷ୍ଟ କିଛି ସରକାରୀ ଅଧିକାରୀ ଙ୍କୁ ହାତ ବାରସି କରି ସ୍କୁଲ ରେ ଏକ ଜିମ୍ନାଷ୍ଟିକ କେନ୍ଦ୍ର କରିଛନ୍ତି ଏହି କେନ୍ଦ୍ର ରେ ରେଡ୍ଡୀ ଙ୍କ ଛତ୍ର ଛାୟାରେ ଆଧାର କେଳଙ୍କରି ର ରୀତି ମତ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟନୁଷ୍ଠାନ ଶୂନ୍ୟ।ଏହାର ଚେର ମୁମ୍ବାଇ , କଲିକତା, ହୋଇ ବେଙ୍ଗଲି କୋଚ୍ ଙ୍କ ମାଧ୍ୟମରେ ରାଉରକେଲା ରେ ପହଞ୍ଚିଛି । ଶୁଣିବାକୁ ମିଳୁଛି ରେଡ୍ଡୀ ବାବୁ ଏବେ କୁଆଡେ ଭୁବନେଶ୍ୱର ରେ ଏକ ବେସରକାରୀ ଜିମ୍ନାଷ୍ଟିକ କେନ୍ଦ୍ରରେ ଆସ୍ଥାନ ଜମେଇ ଲେଣି । ଅନ୍ୟପକ୍ଷରେ ରାଉରକେଲା କେନ୍ଦ୍ରରେ ଥିବା ମୁଖ୍ୟ ପ୍ରଶିକ୍ଷକ ଙ୍କ ବିରୋଧରେ ତଦନ୍ତ ପରେ ବଦଳି ସତ୍ତ୍ୱେ ବାବୁ ଙ୍କ ପ୍ରଭାବ ଏବେ ମଧ୍ୟ ରାଉରକେଲା କେନ୍ଦ୍ରରେ ଜାରି ରହିଥିବା ଅଭିଯୋଗ ଆସୁଛି। ବାବୁ ଙ୍କ ଇଙ୍ଗିତରେ ତାଙ୍କର ଅନ୍ୟ ଜଣେ ସହଯୋଗୀ ବେଙ୍ଗଲି କୋଚ୍ ପଶ୍ଚିମ ବଙ୍ଗରୁ ନାବାଳକ ପିଲାଙ୍କୁ ଆଣି ନକଲି ଆଧାର କାର୍ଡ ବନାଇ ରାଉରକେଲା କେନ୍ଦ୍ରରେ ପ୍ରଶିକ୍ଷଣ ଦେଇ ଓଡ଼ିଶାରୁ ଜାତୀୟସ୍ତରର ପ୍ରତିଯୋଗୀତା ଭାବେ ପଠାଇବା ଅଭିଯୋଗ ମଧ୍ୟ ରହିଛି, ଏ ନେଇ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମନାକୁ ଆସିବ ବୋଲି ଆଲୋଚନା ଆରମ୍ଭ ହୋଇଛି।

ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶା ଜିମ୍ନାଷ୍ଟିକ ମହାସଂଘର ସମ୍ପାଦକ ଅଶୋକ ସାହୁ ସବୁ ଜାଣି ନୀରବ ରହିଛନ୍ତି କାହିଁକି। ଶ୍ରୀ ସାହୁ ନୀରବ ରହିବା ପଛରେ କେଉଁ ପ୍ରକାରର ଗୁମର ରହିଛି ? କାରଣ ଦୀର୍ଘ ୧୯ ବର୍ଷରୁ ଅଧିକ ଧରି ସଂଘର ସମ୍ପାଦକ ରହିଥିବା ଶ୍ରୀ ସାହୁ ଙ୍କ ଦ୍ବାରା ଓଡ଼ିଶାରେ ଜିମ୍ନାଷ୍ଟିକ୍‌ର ବିକାଶ ଓ ଉନ୍ନତି ଦିଗରେ କେଉଁ ପଦକ୍ଷେପ ନିଆଯାଇଛି ? ସବୁଠାରୁ ବଡ଼ କଥା ହେଉଛି ଇଂରାଜୀ ଭାଷାକୁ ଠିକ୍‌ଭାବେ ବୁଝି ପାରୁ ନଥିବା ଓ କହି ପାରୁ ନଥିବା ବ୍ୟକ୍ତି କିଭଳି ଏକ ଅନ୍ତର୍ଜାତୀୟ ସ୍ତରର ତଥା ବ୍ୟୟ ବହୁଳ ଖେଳର ପରିଚାଳନା କରୁଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। ଅନ୍ୟ ପକ୍ଷରେ ଅଶୋକ ଙ୍କ ନାମରେ ଯେତେ ଖବର ପ୍ରସାର ଓ ପ୍ରଚାର ହେଲେ ସୁଦ୍ଧା ତାଙ୍କର କିଛି ଫରକ୍ ପଡ଼ିବ ନାହିଁ କାରଣ ତାଙ୍କ ଉପରେ ଆଶୀର୍ବାଦଙ୍କ ଆଶୀର୍ବାଦ ରହିଛି। ବାବୁ ଅଶୋକ ଅନେକ ଦିନ ହେଲାଣି ଏକ ନୂଆ ପଦ୍ଧତି ଆରମ୍ଭ କରିଛନ୍ତି ଯେଉଁ ପିଲାଟି ଭଲ ପ୍ରଦର୍ଶନ କରି ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚି ପାରିଛି ତାଙ୍କର ଅଭିଭାବକ ମାନେ ଜିମ୍ନାଷ୍ଟିକ' ଜ ' ଅକ୍ଷର ଜାଣି ନଥିଲେ ସୁଦ୍ଧା ତାଙ୍କୁ ସିଧାସଳଖ ଜିମ୍ନାଷ୍ଟିକ ଜଜିଂ ପାଠ୍ୟ କ୍ରମ କରାଇ ଜଜ(ରେଫ୍ରୀ) କରାଇ ଦେଉଛନ୍ତି ଓ କାହାକୁ ଦଳରେ ମ୍ୟାନେଜର ତ ଆଉ କାହାକୁ ଜଜ୍ ଭାବେ ଦଳ ସହିତ ପଠାଉଛନ୍ତି । ଏନେଇ ଅଭିଯୋଗ ହେଲେ ସୁଦ୍ଧା ବାବୁ କର୍ଣ୍ଣପାତ କରୂ ନାହାନ୍ତି।କିଛି ବୁଦ୍ଧିଜୀବୀଙ୍କ ମତରେ ସରକାର ବଦଳିଥିଲେ ସୁଦ୍ଧା ରାଜ୍ୟର କ୍ରୀଡ଼ା ପ୍ରଶାସନର ମୁଖ୍ୟ ଡୋରୀ ଏବେ ମଧ୍ୟ ଆଶୀର୍ବାଦ ଙ୍କ ପରୋକ୍ଷ ନିୟନ୍ତ୍ରଣରେ ରହିଥିବା ଦେଖିବାକୁ ମିଳିଛି। ସେହିଭଳି ଅଶୋକଙ୍କ ନାମରେ ରାଜ୍ୟ ଉଚ୍ଚ ନାୟାଳୟରେ ମାମଲା ଚାଲିଛି । କେଶ ଦାୟର କରିଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱର ର ଜଣେ ଜିମ୍ନାଷ୍ଟ କିନ୍ତୁ ତାଙ୍କ ପଛରେ ରହିଛି ସଂଘ ର ଜଣେ ସଦସ୍ୟ ବା ସଦସ୍ୟା ଙ୍କ ପ୍ରଚଣ୍ଡ ହାତ। ଅନେକ ସମୟରେ ଅଭିଯୋଗ ଆଧାର ରେ ଯଦି ରାଜ୍ୟ କ୍ରୀଡା ବିଭାଗ କୌଣସି ଚିଠି କିମ୍ଵା ନୋଟିସ ଯଦି ଜିମ୍ନାଷ୍ଟିକ୍ ସଙ୍ଘ କୁ ଦିଏ ସମ୍ପାଦକ ଅଶୋକ ତାର କୌଣସି ଉତ୍ତର ନ ଦେବାକୁ ମଧ୍ୟ ଟାଳ ଟୁଲ କରିଥାନ୍ତି । ଏ ଭଳି ସ୍ଥିତିରେ ଅଶୋକ ନିଜର ସମ୍ପାଦକ ପଦବୀରେ କିପରି ବସିଛନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।ସେହିଭଳି କୋଚ୍ ପ୍ରଦୀପ ସାହୁ ଙ୍କ ବିରୁଦ୍ଧରେ ମଧ୍ୟ ପୂର୍ବରୁ ସଙ୍ଗୀନ ଅଭିଯୋଗ ହୋଇଥିଲା ନିକଟରେ ସେ ଅବସର ହୋଇ ମଧ୍ୟ ସାଲିସ କରି ପୁଣି ଜିମ୍ନାଷ୍ଟିକ୍ କୋଚ୍ ହିସାବରେ ସରକାର ତାଙ୍କୁ ନିଯୁକ୍ତି ଦେବା ଏବେ ଅଭିଭାବକ ଙ୍କୁ ଚିନ୍ତାରେ ପକାଇଛି।ପୁରୀ ରେ ରେଡ୍ଡୀ ଙ୍କ ରାଜ, ରାଉରକେଲା ରେ ବେଙ୍ଗଲି କୋଚ୍ ଙ୍କ ରାଜ୍ ଓ ଓଡ଼ିଶାରେ ଅଶୋକ ଙ୍କ ପାରିବା ପଣିଆ ଏସବୁ କୁ ଅନୁଧ୍ୟାନ କଲେ ଜିମ୍ନାଷ୍ଟିକ୍ କ୍ରୀଡ଼ା ଆଗାମୀ ଦିନରେ କିଭଳି ସଫଳ ହେବ ଓ ଖେଳାଳି ପାତର ଅନ୍ତର ରୁ କିପରି ନିବୃତ ହେବେ ଏହା ଏବେ ସବୁଠୁ ବଡ ପ୍ରଶ୍ନ ? ଏସବୁ ସତ୍ତ୍ଵେ ନିରପେକ୍ଷ ଭାବେ କ୍ରୀଡ଼ା ପରିଚାଳନା କରିବା ସମ୍ପର୍କରେ ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ମଧ୍ଯ ଦେଖିବାକୁ ବାକି ରହିଲା।

0
0
0
s2sdefault