ହେଡଲାଇନସ୍:

ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ।।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ: ସାମ୍ବାଦିକ ଶ୍ରୀ ନିରୋଜ ପାଣୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସ ଡିଜି ବରଗଡ ପୋଲିସ କୁ ନିର୍ଦ୍ଦେଶ ଦେଇଥିବାର ଜଣା ପଡିଛି । ଏଠାରେ ପ୍ରକାଶ ଯୋଗ୍ଯ ଯେ,ଗତ ଡିସେମ୍ବର ୮ ତାରିଖ ୨୦୨୪ ମସିହାରେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବରଗଡ ଜିଲ୍ଲା ସୋହେଲା ଠାରେ ରାଜ୍ଯ ସ୍ତରୀୟ ଏକ ଚାଷୀ ସମାବେଶରେ ଯୋଗଦାନ କରି ଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଦେଇଥିବା ପ୍ରତିଶୃତି ଅନୁସାରେ ରାଜ୍ଯ ସରକାର ଓଡ଼ିଶାର ଚାଷୀ ମାନଙ୍କ ଧାନକୁ କ୍ବିଣ୍ଟାଲ ପ୍ରତି ଅଧିକ ୮ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରି କ୍ବିଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ ଧାନ କିଣି ସେଦିନ ରାଜ୍ଯ ର ସମସ୍ତ ଚାଷୀଙ୍କ ଏକାଉଣ୍ଟ କୁ ଇନପୁଟ ସବସିଡି ର ଟଙ୍କା ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ବ୍ଯାଙ୍କ ଏକାଉଣ୍ଟ କୁ ଡିବିଟି ଜରିଆରେ ପ୍ରଦାନ କରିଥିଲେ । ସୋହେଲା ସମାବେଶ ରାଜ୍ଯ ସରକାରଙ୍କ ଏକ ସରକାରୀ କାର୍ଯ୍ୟକ୍ରମ ଥିବାବେଳେ ଓ ଏଥିପାଇଁ ରାଜ୍ଯ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜିଲ୍ଲାର ମିଲର୍ସ ମାନଙ୍କ ଠାରୁ ବିଜେପି ର ଜଣେ ବରିଷ୍ଠ ନେତା ଏହି ସମାବେଶ ନାଁରେ ପ୍ରତ୍ଯେକ ମିଲର୍ସଙ୍କ ଠାରୁ ୫ଲକ୍ଷ ଟଙ୍କା ଅସୁଲ କରିଥିବାର ବରଗଡ ଜିଲ୍ଲାରେ ଚର୍ଚ୍ଚା ହେବା ପରେ ସାମ୍ବାଦିକ ଶ୍ରୀ ନିରୋଜ ପାଣୀ ଏହା ଉପରେ ଏକ ସମ୍ବାଦ ପ୍ରକାଶିତ କରିଥିଲେ । ଏହି ସମ୍ବାଦରେ କୌଣସି ନେତାଙ୍କ ନାମ ନଥିବା ବେଳେ ଏଥିରେ ଉତ୍ତେଜିତ ହୋଇ ବରଗଡ ବିଧାୟକ ଶ୍ରୀ ଅଶ୍ବିନୀ ଷଡଙ୍ଗୀ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ବିଭିନ୍ନ ବ୍ଯକ୍ତି ମାନଙ୍କ ଜରିଆରେ ଧମକ ଚମକ କରୁଥିଲେ । ହଠାତ ଗତ ତା ୧୦ ୵ ୫ ୵ ୨୦୨୫ ରିଖ ଦିନ ନୃସିଂହନାଥ ବୈଶାଖ ମେଲା ଯାତ୍ରା ସମୟରେ ନୃସିଂହନାଥ ସ୍ଥିତ ପାନ୍ଥନିବାସ ରେ ବିଧାୟକ ଶ୍ରୀ ଷଡଙ୍ଗୀ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ଦେଖି ସର୍ବ ସାଧାରଣରେ ଗାଳିଗୁଲଜ କରି ଚପଲମାଲ ପିନ୍ଧାଇ ବରଗଡ ସହରରେ ବୁଲାଇ ଦେବି ବୋଲି ଧମକ ଦେବାବେଳେ ସେଠାରେ ଉପସ୍ଥିତ ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ ମଧ୍ଯ ଗାଳିଗୁଲଜ କରି ଏପରି ତୁମ ଜୀବନ ପ୍ରତି ବିପଦ ଅଛି ବୋଲି ଧମକାଇ ଥିଲେ । ସାମ୍ବାଦିକ ଶ୍ରୀ ପାଣୀ ଏଥିରେ ଭୟଭୀତ ହୋଇ ଓଡ଼ିଶାର ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ପୋଲିସ ଡିଜିଙ୍କ ଠାରୁ ନିର୍ଦ୍ଦେଶ ପାଇଁ ବରଗଡ ଏସିପି,ପଦ୍ମପୁର ଏସଡିପିଓ ଶ୍ରୀ ପାଣ୍ଡବ ଶବର ଙ୍କୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ପଦ୍ମପୁର ଏସଡିପିଓ ଶ୍ରୀ ପାଣ୍ଡବ ଶବର ପାଇକମାଲ ଥାନାକୁ ଆସି ସାମ୍ବାଦିକ ଶ୍ରୀ ନିରୋଜ ପାଣୀଙ୍କୁ ଥାନାକୁ ଡକାଇ ଏହାର ତଦନ୍ତ କରିଥିଲେ । ସାମ୍ବାଦିକ ଶ୍ରୀ ପାଣୀକୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ପାଇକମାଲ ଥାନା ଆଇଆଇସି ଶ୍ରୀ କୌଲାସ ପ୍ରଧାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଜଣା ଯାଇଛି ।

0
0
0
s2sdefault