ହେଡଲାଇନସ୍:

ଅଜଣା ମୋଟରସାଇକେଲ୍ ଧକ୍କାରେ ମାଈ ହରିଣ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ମଧ୍ୟାହ୍ନ ୧୨ ଘଣ୍ଟା ୪୦ ମିନିଟ୍ ସମୟରେ ବେଲଗୁଣ୍ଠା ଏବଂ ବାଣତୁମ୍ବ ମଝି ପାନକିଆରୀ ନିକଟରେ ପ୍ରାୟ ପାଞ୍ଚ ବର୍ଷ ବୟସର ଏକ ମାଈ ହରିଣ ରାସ୍ତା ଅତିକ୍ରମ କରୁଥିବାବେଳେ ଏକ ମୋଟରସାଇକେଲ ସହ ଧକ୍କା ହୋଇଥିଲା I ଫଳରେ ମୋଟରସାଇକେଲ୍ ରେ ଥିବା ଦୁଇଜଣ ଛିଟିକି ପଡ଼ିଥିବା ବେଳେ ହରିଣଟି ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା I ଘଟଣା ସ୍ଥଳରେ ଲୋକ ରୁଣ୍ଡ ହେବା ବେଳକୁ ମୋଟରସାଇକେଲ୍ ରୁ ଛିଟିକି ପଡ଼ିଥିବା ଦୁଇ ବ୍ୟକ୍ତି ସେଠାରୁ ଚାଲି ଯାଇଥିଲେ I ଖବର ପାଇ ବେଲଗୁଣ୍ଠା ବନପାଳ ଜିତେନ୍ଦ୍ର ମଲ୍ଲିକ, ବନରକ୍ଷୀ ପ୍ରିୟଙ୍କା ପାଳ ଏବଂ କର୍ମଚାରୀ ମାନେ ପହଞ୍ଚି ହରିଣର ଶବକୁ ଜବତ କରି ୦୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ I ବେଲଗୁଣ୍ଠା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ସସ୍ମିତା ଦାଶ ହରିଣର ଶବ ବ୍ୟବଚ୍ଛେଦ କରିବା ପରେ ତାହାକୁ ସେକ୍ସନ୍ କାର୍ଯ୍ୟାଳୟରେ ପୋତି ଦିଆଯାଇଥିବା ସୂଚନା ମିଳିଛି I

0
0
0
s2sdefault