ହେଡଲାଇନସ୍:

ଉତ୍କଳ ଆଲୁମିନା ତରଫରୁ ମହାଡ଼ମ୍ବରରେ ବିଶ୍ୱ ପରିବେଶ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା, 5/6; ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟସନାଲ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗୃପ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି । ପ୍ଲାଷ୍ଟିକ ପ୍ରଦୂଷଣ ପ୍ରତ୍ୟାହତ ଵିଷୟବସ୍ତୁକୁ ନେଇ କାରଖାନା ପରିବେଶ ବିଭାଗ ତରଫରୁ ସପ୍ତାହବ୍ୟାପୀ ବିଭିନ୍ନ ସଚେତନାତ୍ମକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କାରଖାନା ପରିସର ସମେତ ଉଭୟ ଟାଉନସିପରେ ସଚେତନତାଧର୍ମୀ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ ଓ ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ 2 ରିଖ ଦିନ ଏହା ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ କାରଖାନା ପରିସରରେ ଏକ ସଚେତନତା ଭିତ୍ତିକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରଯାଇଥିଲା । ଏବଂ ପରିବେଶକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ରଖିବା ନେଇ କର୍ମଚାରୀଙ୍କ ମଧ୍ୟରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମ୍ପ୍ରତି ଆଜି ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ଗଣ ସଚେତନତା ଉଦେଶ୍ୟରେ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।

ସ୍ଥାନୀୟ ସିସିଆର ବିଲଡିଂ ନିକଟରେ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇ କାରଖାନା ମୁଖ୍ୟ ରବି ନାରାୟଣ ମିଶ୍ର ପରିବେଶ ସୁରକ୍ଷା ଓ ନାଗରିକଙ୍କ କର୍ତବ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ନିମନ୍ତେ ପରାମର୍ଶ ଦେଇଥିଲେ । ଏହାପରେ ଏକ ସଚେତନତା ରଥକୁ ଉଦ୍ଘାଟନ କରିବା ସହ କାରଖାନା ପରିସରରେ ଚିହ୍ନଟ ହୋଇଥିବା ବୃକ୍ଷରୋପଣ ସ୍ଥାନକୁ ଯାଇ ସେଠାରେ ଗଣ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ପରୀପ୍ରେକ୍ଷରେ 250 ଗୋଟି ଚାରା ରୋପଣ କରାଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମ କାରଖାନା ପରିବେଶ ବିଭାଗ ମୁଖ୍ୟ ସୁବ୍ରମନ୍ୟୁ କୁଣ୍ଡ ଓ ଦେବୀ ପ୍ରସାଦ ନାୟକଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଯଥା ମାନବ ସମ୍ବଳ ବିଭାଗ ପ୍ରମୁଖ ବିଜୟ କୁମୁରା, ଆଇ ଏବଂ ଇ ବିଭାଗ ମୁଖ୍ୟ ଗିରିଜା ପଣ୍ଡାଙ୍କ ସମେତ ଅନ୍ୟ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ । ତେବେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଗାମୀ 10 ରିଖ ଯାଏଁ ବଳବର୍ତ୍ତ ରହିବ ।

0
0
0
s2sdefault