ହେଡଲାଇନସ୍:

ସୋଆ ଏସ୍ଏଚ୍ଏମ୍ ରେ ଅମୁଲ୍ କୁକିଙ୍ଗ ପ୍ରତିଯୋଗିତା -୨୦୨୫

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ମଇ ୩୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍ )ରେ ଏସ୍ଏଚ୍ଏମ୍, ଅମୁଲ୍ ଇଣ୍ଡିଆ ଓ ୱାର୍ଲ୍ଡ ଟ୍ରେଡ୍ ସେଂଟର (ଡବ୍ଲୁ୍ୟଟିସି) ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅମୁଲ୍ କୁକିଙ୍ଗ - ୨୦୨୫ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।
ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର କର୍ମଜୀବି ମହିଳା, ଗୃହଣୀ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରୁ ପ୍ରାୟ ୬୦ରୁ ଉର୍ଧ୍ଵ ପ୍ରତିଯୋଗୀ ଭାଗ ନେଇଥିଲେ । ରୋଷେଇ ପ୍ରତି ରୁଚି ରଖିଥିବା ପ୍ରତିଭା ଓ ଦକ୍ଷତାକୁ ଉତ୍ସାହିତ କରିବା ନିମନ୍ତେ ଏହି ରୋଷେଇ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।
‘ଫ୍ରମ ଟେବୁଲ ଟୁ ଟ୍ରେଡ୍’ ପ୍ରସଙ୍ଗ ରହିଥିବା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଅମୁଲ୍ର ଯେକୌଣସି ଉତ୍ପାଦକୁ ବ୍ୟବହାର କରି ସୁସ୍ୱାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଏସ୍ପିଏଆର୍ସି ପ୍ରାଇଭେଟ୍ ଲିମିଟେଡ୍ କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ଶ୍ରୀମତି ଶୁଭ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଓ ଦକ୍ଷତା ଗୁଡିକର ବିକାଶ କରିବା ସହ ନିଜର ଲକ୍ଷ୍ୟ ଓ ସ୍ୱପ୍ନକୁ ପୂରଣ କରିବା ଦିଗରେ ପ୍ରଚେଷ୍ଟା କରିବା ଜରୁରୀ ବୋଲି ସେ ପ୍ରତିଯୋଗୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ସେହିପରି ଡବ୍ଲ୍ୟୁଟିସି ଭୁବନେଶ୍ୱର ମହିଳା ଫୋରମର ପରାମର୍ଶଦାତା ଡକ୍ଟର ରିନା ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରୋଷେଇ ହେଉଛି ଏକ କଳା । ମହିଳାମାନଙ୍କର ମଧ୍ୟରେ ବିଭିନ୍ନପ୍ରକାର ପ୍ରତିଭା ରହିଛି । ଆଜିକାଲି କେବଳ ମହିଳା ନୁହେଁ ବରଂ ପୁରୁଷମାନେ ମଧ୍ୟ ରୋଷେଇ କରିବାକୁ ଖୁବ୍ ପସନ୍ଦ କରନ୍ତି । ତେଣୁ ଏହି ଅଭିନବ ପ୍ରୟାସ ଦ୍ୱାରା ମହିଳାମାନେ ଭଲ ଉଦ୍ୟୋଗୀ ଏବଂ ସେଫ୍ ହୋଇପାରିବେ ବୋଲି ଡକ୍ଟର ରାଉତରାୟ କହିଥିଲେ ।
ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅମୁଲ୍ ଇଣ୍ଡିଆର ଭୁବନେଶ୍ୱର ଜୋନର ଜୋନାଲ ଇନ୍ଚାର୍ଜ ଶ୍ରୀ ବିଶ୍ୱଜିତ୍ କୁମାର ଯୋଗ ଦେଇ ଏଭଳି ସ୍ୱତନ୍ତ୍ର ପ୍ରୟାସ ଦ୍ୱାରା ମହିଳାମାନେ ବେଶ ଉପକୃତ ହୋଇପାରିବେ ବୋଲି କହିଥିଲେ ।
ସୋଆ ଏସ୍ଏଚଏମ୍ ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
ଡବ୍ଲୁ୍ୟଟିସି ଭୁବନେଶ୍ୱର ମହିଳା ଫୋରମର ସଂଯୋଜକ ଶ୍ରୀମତି ଜ୍ୟୋସ୍ନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସେଫ୍ ବିଶ୍ୱଜିତ୍ ମହରାଥୀ ମୁଖ୍ୟ ବିଚାରକ ଥିବା ବେଳେ ଶ୍ରୀମତି ପାୟଲ ରାଉତରାୟ ଓ ଏସ୍ଏଚ୍ଏମ୍ ସେଫ୍ ସତ୍ୟ ଶୋଭନ ଲେଙ୍କାଙ୍କ ସମେତ ବିଭିନ୍ନ ଫୂଡ଼ ବ୍ଲଗରମାନେ ବିଚାରକ ଭାବେ ଯୋଗ ଦେଇ ସୁସ୍ୱାଦ୍ୟ ଖାଦ୍ୟକୁ ପରଖିବା ସହ ଖାଦ୍ୟ ପରିବେଷଣର ଶୈଳୀ ଏବଂ ଉପସ୍ଥାପନା ଉପରେ ଅନୁଧ୍ୟାନ କରି କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

0
0
0
s2sdefault