ଜମନକିରା,(ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ଜମନକିରା ଓସିଏ କମ୍ପ୍ୟୁଟର ଏକାଡେମୀ ଶାଖାରେ ଆଜି ମାସିକ କେରିୟର କାଉନସିଲିଂ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜିର ବୈଠକରେ ଏକାଡେମୀର ଡାଇରେକ୍ଟର ସଲିମ ମହାକୁଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସଚିକାନ୍ତ ସାହୁ ଏବଂ ସମ୍ମାନିତ ଅତିଥିଭାବେ ସାମ୍ବାଦିକ ସତ୍ୟପ୍ରିୟ ମହାପାତ୍ର, ଜିତେନ୍ଦ୍ର କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ । ଦୈନନ୍ଦିନ ଜୀବନରେ କମ୍ପ୍ୟୁଟରର ଆବଶ୍ୟକତା ଏବଂ ସାମ୍ବାଦିକ କ୍ଷେତ୍ରରେ ଏହାର ବ୍ଯବହାର ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସାମ୍ବାଦିକ ସଚିକାନ୍ତ ସାହୁ ବିସ୍ତୃତ ଭାବରେ ନିଜ ବ୍ଯକ୍ତବରେ ବୁଝାଇଥିଲେ । ଏବେକାର ଡିଜିଟାଲ ଦୁନିଆରେ ପ୍ରତ୍ୟେକ ମୁହୁର୍ତ୍ତରେ କମ୍ପ୍ୟୁଟରର ଆବଶ୍ୟକତା ପଡୁଥିବା ସମ୍ପର୍କରେ ନିଜ ସଂଘର୍ଷମୟ ଅଭିଜ୍ଞତାକୁ ପାଥେୟ କରି ବୁଝାଇଥିଲେ l ସେହିପରି ଡାଇରେକ୍ଟର ମହାକୁଳ ଛାତ୍ରଛାତ୍ରୀଙ୍କୁ ଗୁରୁଙ୍କ ପ୍ରତି ଧ୍ୟାନ, ଶିକ୍ଷାଦ୍ଧୟନର ଗୁରୁତ୍ୱ ଏବଂ ଏକାଡେମୀର ପ୍ରତ୍ୟେକ ଛାତ୍ରଛାତ୍ର ଯେପରି ନିଜକୁ ଜଣେ ଜଣେ ଉତ୍ତମ ଛାତ୍ରଛାତ୍ରୀ ଭାବେ ଗଢି ତୋଳିବେ ଓ ନିଜକୁ ଜଣେ ଉତ୍ତମ ନାଗରିକ ଭାବେ ପରିଚୟ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ । ଓସିଏ କମ୍ପ୍ୟୁଟର ସଦାସର୍ବଦା ଅତ୍ୟାଧୁନିକ ଶୈଳୀରେ ପାଠପଢା ସହ ସମସ୍ତଙ୍କ ସମସ୍ଯା ସମାଧାନ କରିବାରେ ବଦ୍ଧ ପରିକର ବୋଲି ମଧ୍ୟ କହିଥିଲେ । ଏହି ପରିପେକ୍ଷୀରେ ଜମନକିରା କଲେଜର ଯୁକ୍ତ-୨ ବାଣିଜ୍ୟ ଛାତ୍ର ଆଶୁତୋଷ, ବିଜ୍ଞାନ ଛାତ୍ରୀ ବବି ରଣା ଏବଂ କଳା ବିଭାଗ ଛାତ୍ରୀ ରୀତା ଦେହୁରୀ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ ହୋଇଥିବା ଯୋଗୁଁ ଏକାଡେମୀ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଏକାଡେମୀ ସେଣ୍ଟର ମ୍ଯାନେଜର ସ୍ୱପ୍ନା ଅମାତ ଅତିଥି ପରିଚୟ ଦେବା ସହ ସଭାକୁ ପରିଚାଳନା କରିଥିଲେ । ଶେଷରେ କାଉନସିଲର ସରୋଜ କୁମାର ସାହୁ ଧନ୍ୟବାଦ ଜଣାଇଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ପ୍ରଶିକ୍ଷକ ସୁମନ୍ତ ବେହେରା ଓ ସମସ୍ତ ଅଫିସ ଷ୍ଟାଫ ସାହାଯ୍ୟ ସହଯୋଗ କରିଥିଲେ ।
ରାଜ୍ୟ
ଓଡିଶା କମ୍ପ୍ୟୁଟର ଏକାଡେମୀ ଜମନକିରା ଶାଖାରେ କେରିୟର କାଉନସିଲିଂ ବୈଠକ
- Hits: 106