ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ଅନ୍ୟତମ ପରମ୍ପରା ସମ୍ପୁର୍ଣ୍ଣ ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ଚାଲିଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ଶେଷ ସମ୍ପୁର୍ଣ୍ଣ ନଗର ପରିକ୍ରମା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ସମାପନ ହୋଇଛି । ପୁର୍ବାହ୍ନରେ ସ୍ଥାନୀୟ ବିଧାୟକ ତଥା ଯାତ୍ରା କମିଟି ସଭାପତି ନୀଳମଣି ବିଷୋୟୀ,କାର୍ଯ୍ୟକାରୀ ସଭାପତି ତଥା ନଗରପାଳ ଫିରୋଜ କୁମାର ସେଠୀଙ୍କ ନେତୃତ୍ୱରେ ସମସ୍ତ କାଉନସିଲର, ସହରବାସୀ, ଯାତ୍ରା କମିଟି କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଯାଇ
ମାଁ ଙ୍କୁ ନିମନ୍ତ୍ରଣ କରିଥିବା ବେଳେ ସଂଧ୍ୟା ରେ ମାଁ ବ୍ରାହ୍ମଣ ଦେବୀଙ୍କ ଅନ୍ତିମ ନଗର ପରିକ୍ରମା ଆରମ୍ଭ ହୋଇଥିଲା ।ମାଁ ସିଂହ ବାହିନୀ ରୂପରେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଓଡ଼ିଶାର ସ୍ୱନାମଧନ୍ୟ ବାଣକାରଙ୍କ ଦ୍ୱାରା ଆତସବାଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା
।ଝିପି ଝିପି ବର୍ଷା ସତ୍ବେ ଆତସବାଜି ଦେଖିବା ପାଇଁ ବହୁ ଦର୍ଶକ ରୁଣ୍ଡ ହୋଇଥିଲେ ।ଏଥି ସହିତ ପଟୁଆରରେ ବିଭିନ୍ନ ପ୍ରକାରର,
ବେଶ ଓ କଳା ପ୍ରଦର୍ଶନ ଗୁଡିକ ଅତ୍ୟନ୍ତ ମନୋରମ ଥିଲା । ସ୍ୱତନ୍ତ୍ର ବାରକେଡ୍ ମଧ୍ୟରେ ବାଣ ପ୍ରଦର୍ଶିତ ହୋଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦର୍ଶକ ଦୁରରେ ରହି ବାଣ ଉପଭୋଗ କରିଥିଲେ ।ବୁଧବାର ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଓଡ଼ିଶାର ବାଣିଜ୍ୟ,ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ ସଂଧ୍ୟା ଉଦଘାଟନ କରିଥିଲେ । ଶ୍ରୀ ଜେନାଙ୍କ ସହିତ ସୋରଡା ବିଧାୟକ ନୀଳମଣି ବିଷୋୟୀ,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ, ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର,ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ଓ ଚନ୍ଦ୍ରମଣି ସାମଲ, ଭଞ୍ଜନଗର ଏସ୍.ଡି.ପି.ଓ ସୁଜିତ କୁମାର ନାୟକ,ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ,
ବିଜେପି ଘୁମୁସର ଜିଲ୍ଲା ସଭାପତି ନୀଳମାଧବ ପାତ୍ର, ସଙ୍ଗଠକ ନୀଳାଞ୍ଚଳ ମହାପାତ୍ର
ସମସ୍ତ କାଉନସିଲର, ଯାତ୍ରା କମିଟି କର୍ମକର୍ତ୍ତା ପ୍ରମୁଖ ମଞ୍ଚାସୀନ ଥିଲେ ।ବିଳମ୍ବିତ ରାତି ପର୍ୟ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁଁ ପୋଲିସ ମୁତୟନ ହୋଇଥିବା ବେଳେ ଆସନ୍ତା ୧ ତାରିଖରେ ମାଁ ବ୍ରାହ୍ମଣ ଦେବୀ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି ।
ରାଜ୍ୟ
ଏନ୍.ଏ.ସି ପଟୁଆର ସହିତ ଶେଷ ହେଲା ମାଁ ଙ୍କ ନଗର ପରିକ୍ରମା, ବଡ଼ଦାଣ୍ଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ।
- Hits: 289