ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଶିଶୁଅ ଗ୍ରାମପଞ୍ଚାୟତ ନିକଟ ନାଶିକେଶ୍ୱସର ଗ୍ରାମର ଜଣେ ଧର୍ମପରାୟଣ, ସମାଜସେବୀ ତଥା ପରୋପକାରୀ ମହିଳା ପ୍ରମିଳା ସୁନ୍ଦରୀ ରଥ ଙ୍କର 78 ବର୍ଷ ବୟସରେ ପରଲୋକ ଘଟିଛି l ଶ୍ରୀମତୀ ରଥ କିଛି ଦିନ ଧରି ଅସୁସ୍ଥ ଥିବାରୁ କଟକ ବଡ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା. l ତାଙ୍କର ଏକମାତ୍ର ପୁତ୍ର କବି ସମ୍ପଦ ରଥ ମାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ | ମର ଶରୀର କୁ ପୁରୀ ର ସ୍ୱର୍ଗ ଦ୍ଵାର ନିଆ ଯାଇଥିଲା l ସେଠାରେ ପରିବାର, ବନ୍ଧୁ ପରିଜନ ଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶ ଭିତରେ ଶବ ଦାହ କରାଯାଇଥିବା ଜଣା ପଡ଼ିଛି l
ଅପର ପକ୍ଷରେ, ବେଳାଭୂମି ସାହିତ୍ୟ ସଂସଦ ର ସାଂସ୍କୃତିକ ସମ୍ପାଦକ ବ୍ୟଙ୍ଗ କବି ତଥା ସ୍ୱର୍ଗତ ରଥଙ୍କ ସୁ ପୁତ୍ର ସମ୍ପଦ ରଥ ରହିଥିବାରୁ, ମାଙ୍କ ସମ୍ମାନର୍ଥେ ବେଳାଭୂମି ସାହିତ୍ୟ ସଂସଦ ତରଫରୁ ରଜକୁ ହେବାକୁ ଥିବା କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି | ପରବର୍ତ୍ତୀ କାର୍ଯ୍ୟକ୍ରମ କେବେ ହେବ ତାହା, ଲିଖିତ ଆକାର ରେ ଜଣାଇ ଦିଆଯିବ ବୋଲି ସଂସଦ ର ସଂଯୋଜକ ଶୋଭାକାର ବେହେରା ପ୍ରକାଶ କରିଛନ୍ତି l
ରାଜ୍ୟ
ଧର୍ମ ପରାୟଣ ମହିଳାଙ୍କ ପରଲୋକ
- Hits: 160