ଗନ୍ଧମାର୍ଦ୍ଦନ ପାହାଡ ଉପରୁ ବୃଦ୍ଧା ଉଦ୍ଧାର, ପାହାଡ ରୁ ଓହ୍ଲାଇଲା ବେଳେ ହୋଇଥିଲେ ଅସୁସ୍ଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖପ୍ରାଖୋଲ ୧୩/୫(ହେମସାଗର ସାହୁ) ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ସମୟରେ ହରିଶଙ୍କର ଓ ନୃସିଂହନାଥ ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁ ମାନେ ଗନ୍ଧମାର୍ଦ୍ଦନ ପାହାଡ଼ ଚଢ଼ିବାର୍ ମଜା ନେଇଥିଲେ।୫ ଦିନ ମଧ୍ୟରେ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ପାହାଡ ଚଢ଼ିଥିବା ଅନୁମାନ କରାଯାଉଛି। ପାହାଡ ଚଢିବା ବେଳେ ଜଣେ ବୃଦ୍ଧା ସୋମବାର ସଂଧ୍ୟାରେ ଅସୁସ୍ଥ ହୋଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ , ବନ ବିଭାଗ କର୍ମଚାରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରାୟ ୮ କିମି ପାହାଡ ଉପରୁ ବୃଦ୍ଧାଂକୁ ଉଦ୍ଧାର କରି ହରିଶଙ୍କର କୁ ଆଣିଥିବା ଜଣାଯାଇଛି। ବୃଦ୍ଧା ଜଣକ କଳାହାଣ୍ଡି ଜିଲ୍ଲା ପାଷ୍ଟିକୁଡ଼ି ଗାଁ ର ବନିତା ମାଝୀ (୭୬) ବୋଳି ଜଣାଯାଇଛି। ସୁଚନା ଅନୁସାରେ ବୃଦ୍ଧା ଜଣକ ତାଙ୍କ ସାଥି ଙ୍କ ସହିତ ସୋମବାର ସକାଳେ ନୃସିଂହନାଥ ପଟୁ ପାହାଡ ଚଢ଼ା ଆରମ୍ଭ କରିଥିବା ବେଳେ ପ୍ରାୟ ଅଧା ପାହାଡ ଚଢ଼ିଲା ପରେ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ସାଥି ମାନେ ଅନ୍ୟ ପାହାଡ ଚଢ଼ାଲି ଶ୍ରଦ୍ଧାଳୁଙ୍କ ମାଧ୍ୟମରେ ହରିଶଙ୍କର ଠାରେ ଥିବା ମେଲା ର ସୁଚନା କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇଲା ପରେ ଅଗ୍ନିଶମ ବିଭାଗ କର୍ମଚାରୀ, ବନ ବିଭାଗ କର୍ମଚାରୀ ଓ ଜଣେ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କୁ ନେଇ ଏକ ଟିମ ଗଠନ କରି ବୃଦ୍ଧା ଙ୍କୁ ଉଦ୍ଧାର ପାଇଁ ଓପରେଶନ ଆରମ୍ବ ହୋଇଥିଲା। ପ୍ରାୟ ସଂଧ୍ୟାରେ ବୃଦ୍ଧା ଙ୍କୁ ପାହାଡ ଉପର ଭୀମ ମଡୁଆ ଠାରୁ ସ୍ଵାସ୍ଥ୍ୟ ପରୀକ୍ଷା ସହିତ ବୋହିକି ତଳକୁ ଓହ୍ଲାଇ ଥିଲେ। ଅହି ଓପରେସନ୍ ରେ ରେଡ଼କ୍ରସ କର୍ମୀ ତଥା ଫାଷ୍ଟଏଡ଼ ରାମ ନାରାୟଣ ଦାଶ , ଅଗ୍ନିଶ୍ରମ ବିଭାଗର କର୍ମଚାରୀ ଶକ୍ତି ପ୍ରସାଦ ନାଏକ, ଶ୍ରୀକାନ୍ତ ସେଠ, ପଞ୍ଚାନନ ଗଡତିଆ, ଧର୍ମେନ୍ଦ୍ର ହରିପାଲ, ଗୁଣ ଝାଙ୍କର, ପ୍ରକାଶ ସେଠ୍, ବିଶ୍ୱଜିତ୍ ସାହୁ, ବିମଳ କୁମାର ବାରିକ, ଉଜ୍ଜଳ ମାଟାରୀ, ନବୀନ ବରିହା, ମେଡିକାଲ କର୍ମଚାରୀ ରୋମାଞ୍ଚ ବାରିକ, ବନ ବିଭାଗର ୱାଇଲ୍ଡ ଲାଇଫ ସ୍କ୍ୱାର୍ଡ କର୍ମଚାରୀ ହିମାଂଶୁ ବେହେରା ଓ ନୃପରାଜ୍ ଠାକୁର ସାମିଲ୍ ଥିଲେ।ବୃଦ୍ଧା ଙ୍କୁ ଉଦ୍ଧାର ପାଇଁ ଦୀର୍ଘ ସାତ ଘଣ୍ଟା ଲାଗିଥିବା ବେଳେ ସ୍ୱାସ୍ଥ୍ୟ ସେବା ପରେ ବୃଦ୍ଧା ଜଣକ ସୁସ୍ଥ ଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟ ରେ ସାମିଲ୍ ସମସ୍ତ ଙ୍କୁ ଧନ୍ୟବାଦ ଦେଇଛନ୍ତି।

0
0
0
s2sdefault