ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୫/୦୬/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ବ୍ଲକ ବିଜେପି ତରଫରୁ ନବ ନିଯୁକ୍ତ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ବିଜେପି ବିଧାୟକ ଗୌରୀ ମାଝୀ ଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଡାବୁଗାଁ କୃଷି କାର୍ଯ୍ୟାଳୟ ସମ୍ମୁଖରୁ ବ୍ଲକ ବିଜେପି କର୍ମୀ ମାନେ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ ସମ୍ବର୍ଧନା ଦେଇଥିଲେ। ବାଜା ମର୍ଦ୍ଦଳ ଓ ଆତସବାଜି ସହ ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କୁ ଏକ ରୋଡ ଶୋ କରି ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଛକ ଓ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ। ସହ ସହ ଗ୍ରାମବାସୀ ରାସ୍ତା କଡ଼ରେ ଠିଆ ହୋଇ ପ୍ରିୟ ନେତା ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଦେଇଥିଲେ। ବିଜେପି ଜିନ୍ଦାବାଦ,ନରେନ୍ଦ୍ର ମୋଦି ଜିନ୍ଦାବାଦ ଓ ଜୟ ଶ୍ରୀ ରାମ ନାରା ଦେଇ ବିଜେପି କର୍ମୀ ମାନେ ନଗର ପରିକ୍ରମା କରିଥିଲେ।ଏହି ଅବସରରେ ଡାବୁଗାଁ ବ୍ଲକ ଡ୍ରାଇଭର ସଂଘ, ବ୍ଲକ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କ୍ୟାବିନେଟ ମନ୍ତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ସ୍ଵାଗତ ସମାରୋହ ରେ ନବରଙ୍ଗପୁର ବିଜେପି ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ, ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ନବରଙ୍ଗପୁର ମ୍ୟୁନିସିପାଲଟି ଚେୟାରମେନ କୁନୁ ପାତ୍ର, ଡାବୁଗାଁ ବ୍ଲକ ବରିଷ୍ଠ ବିଜେପି ନେତା ଦିବାନ ସିଂ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୁଭ ଜିତ ପାଣିଗ୍ରାହୀ, ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ସୋମନାଥ ପୂଜାରୀ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା, ନାରୀ ନେତ୍ରୀ ମନୋରମା ନାୟକ,ଲିଙ୍ଗରାଜ ଭତରା, ବ୍ଲକ ଯୁବ ମୋର୍ଚ୍ଚା ସଭାପତି ୱାଇ ରାଜ ଶେଖର ଦୋରା, ମନୋଜ ପାତ୍ର, ନରେଶ ସିଂ, ରତନ କଲାର, ରାଜେନ୍ଦ୍ର ବିଶୋଇ, ନୁରୁ ସିଂ, ସୁରୁ ନାନା ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।
ରାଜ୍ୟ
ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଙ୍କୁ ଡାବୁଗାଁ ବ୍ଲକ ବିଜେପି ତରଫରୁ ଭବ୍ୟ ସ୍ଵାଗତ
- Hits: 279