ହେଡଲାଇନସ୍:

 କଣ୍ଟାମାଳ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ  ଯୋଗ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କଣ୍ଟାମାଳ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ  ଯୋଗ ଶିବିର    

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ଆନ୍ତର୍ଜାତିକ  ଯୋଗ ଦିବସ ଅବସରରେ ଗୁରୁବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଲିଆପାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର କଣ୍ଟାମାଳ ତରଫରୁ ବ୍ଲକସ୍ତରୀୟ ଯୋଗ ଶିବିର ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ରର ବ୍ଲକ ସଂଯୋଜକ ଦିପକ ବାରିକ ଓ ଶକୁନ୍ତଳା ରଣାଙ୍କ ସଂଯୋଜନାରେ ଆଜି ସକାଳ ୬ଘଣ୍ଟା ସମୟରେ ଆୟୋଜିତ ଯୋଗ ଶିବିରରେ ସମାଜସେବୀ ଦିବ୍ୟ ଶଙ୍କର ରାଉତ,ସାମ୍ବଦିକ ଜୟ କୁମାର ମହାରଣା,ଯୋଗ ଗୁରୁ ସୁନିଲ ବାଦି,ପ୍ରବୀର ସାହୁ,ଡୁଲେଶ୍ୱର ସାହୁ,ଠାକୁର ଚରଣ ନାଏକ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦଘାଟନ କରି ଯୋଗର ବିଶେଷତ୍ତ୍ୱ  ସଂପର୍କରେ ମାର୍ଗ ଦର୍ଶନ କରିଥିଲେ । ଯୋଗ ଗୁରୁ ସୁନିଲ ବାଦି ଯୋଗର ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରିବା ସହ ଏହି ଯୋଗମୁଦ୍ରା ଦ୍ୱାରା ଶରୀରର ଉପକାରିତା ସଂପର୍କରେ ବୁଝାଇଥିଲେ ଏବଂ ଏହି ଯୋଗକୁ ନୀୟମିତ କରିବାପାଇଁ ପରାମର୍ଶ ଦେଇଥିଲେ ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶାରିରୀକ,ମାନସୀକ,ଆତ୍ମିକ ଓ ସାମାଜୀକ ସ୍ତରରେ ସନ୍ତୁଳିତ ଜୀବନକୁ ସମଗ୍ର ସ୍ୱାସ୍ଥ୍ୟ ଆଖ୍ୟା ଦେଇଛି । ଏହି ଚାରିଗୋଟି ଆଧାର ଉପରେ ମାନବୀୟ ସ୍ୱାସ୍ଥ୍ୟକୁ ସ୍ଥିର ରଖିବାର କ୍ଷମତା ଯୋଗ ର ରହିଛି । ମନୁଶ୍ୟ ଶରୀରର ପ୍ରତ୍ୟେକ ରୋଗ ବ୍ୟାଧିକୁ ଦୂର କରି ସଂପୂ୍ର୍ଣ୍ଣ ନିରୋଗୀ ରଖିବାର କ୍ଷମତା ଯୋଗର ରହିଛି ଏବଂ ଏହା ଶରୀର ଓ ମନ ମଧ୍ୟରେ ସନ୍ତୁଳନ ସ୍ଥାପନ କରିଥାଏ ବୋଲି ଯୋଗଗୁରୁ ଶ୍ରୀ ବାଦି କହିଥିଲେ । ଯୋଗାଭ୍ୟାସ ପରେ ଖଲିଆପାଲି ଗ୍ରାମରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଖଲିଆପାଲି ମା ସରସ୍ୱତୀ କ୍ଲବର ଚୌଧୂରୀ ବାରିକ,ବିଶିକେସନ କଅଁର,ଗୋପାଳଜୀ ପୋଢ,ବାବୁଲାଲ ବାଘ, ପରିକ୍ଷୀତ ମଲ୍ଲିକ,ଦୈତ୍ୟରାଜ ବାଘ,ବିଭୂତି ପୋଢ,ଭୂବନ ରଣା,ଜୟନାରାୟଣ ବାଘ,ଶାନ୍ତନୁ ବାଘ,ଦୁର୍ଗା ଶାଣ୍ଢ,ଯୁବରାଜ ବାଘ,ଶୁକ୍ରୁ ରଣା,ସୁଦାମ ବାଘ,ସତ୍ୟବାନ ସେଲମା,ଇଶ୍ୱର ପୋଢ,ରାଜେଶ ରଣା,ସୁନିତା ମହାଲିଙ୍ଗ,ବୁଦ୍ଧେଶ୍ୱରୀ  ବାରିକ,ଶୈଳସୂତା ବାଘ,ସୁଲୋଚନା ରଣା,ଅନ୍ନପୂର୍ଣ୍ଣା ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

0
0
0
s2sdefault