ଆସିଷ୍ଟାଣ୍ଟ ସର୍ଜନ ୫୫ ହଜାର, ସ୍ପେସିଆଲିଷ୍ଟ ଡାକ୍ତର ୬୦ ହଜାର
ଭୁବନେଶ୍ୱର : ରାଜ୍ୟରେ ପ୍ରାଇମେରୀ ଏବଂ ସେକେଣ୍ଡାରୀ କେୟାର ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନମାନଙ୍କର ଦରମା ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି | ସେହିପରି ଚୁକ୍ତିଭିତ୍ତିକ ସ୍ପେସିଆଲିଷ୍ଟ ଡାକ୍ତରମାନେ ୬୦ ହଜାର ଟଙ୍କା ପାଇବୋ ଏହାସହିତ ପ୍ରତିବର୍ଷ ସେମାନଙ୍କ ପ୍ରାରିଶ୍ରମିକରେ ୩ ପ୍ରତିଶତ ବୃଦ୍ଧି କରାଯିବ | ଏ ସଂପର୍କିତ ଏକ ପ୍ରସ୍ତାବକୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ କରିଛନ୍ତି | ପ୍ରକାଶଯୋଗ୍ୟ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନ ଓ ସ୍ପେସିଆଲିଷ୍ଟ ଡାକ୍ତରମାନଙ୍କର ପାରିଶ୍ରମିକ ବୃଦ୍ଧି ପାଇଁ ଅର୍ଥ ବିଭାଗକୁ ଏକ ପ୍ରସ୍ତାବ ଦିଆଯାଇଥିଲା |