ହେଡଲାଇନସ୍:

ଏ ମଇଳା ତ ଆମ ପରିଚୟ !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-05-18-alia.jpg - 129.05 kB

  ଆବର୍ଜନାରେ ଉବୁଟୁବୁ ହେଉଛି ବ୍ଲକ ସଦର ମହକୁମା 

ହରଭଙ୍ଗା , ବୌଦ୍ଧ ( ସିମୁନ୍ ନାଏକ ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାଚିଛକର ମୁଖ୍ୟବଜାର ସମେତ ବନ ବିଶ୍ରାମାଗାର, ଝାଡ୍ରାଜିଙ୍ଗ ସେବାଶ୍ରମ, ଗ୍ରାମ୍ୟ ଜଳ ଯୋଗାନ ପରିମଳ କାର୍ଯ୍ୟଳୟ , ଦମକଳ କେନ୍ଦ୍ର ଆଦି କାର୍ଯ୍ୟଳୟ ର ଆଖପାଖ ସବୁଆଡେ ଖାଲି କୁଢ କୁଢ ମଇଳା ଆବର୍ଜନା ଜମା ହୋଇ ପଡିଥିବା ଦେଖାଯାଇଛି । ମାତ୍ର ସେଗୁଡିକ ନିୟମିତ ଭାବେ ସଫା କିମ୍ବା ନିଷ୍କାାସନ କରିବା ଦିଗରେ ସ୍ଥାନିୟ ବାଣୀଭୂଷଣପୁର ପଂଚୟତ କିମ୍ବା ବ୍ଲକ କର୍ତୁପକ୍ଷ କୌଣସି ବ୍ୟବସ୍ଥା ହାତକୁ ନେଉନଥିବାରୁ ସେସବୁ ପଡିରହି ଅତ୍ୟନ୍ତ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଷ ସୃଷ୍ଟି କରୁଛି । ଫଳରେ ସ୍ଥାନିୟ ଲୋକଙ୍କ ସମେତ ଏଠାକୁ ଆସୁଥିବା  ଲୋକ ଓ ଏହିବାଟ ଦେଇ ୟାତାୟତ କରୁଥିବା ଯାତ୍ରୀ ମାନେ ଦୁର୍ଗନ୍ଧମୟ ପରିବେଶ ଭିତରେ ରହିବାକୁ ପଡୁଥିବା ଦେଖାଦେଇଛି । ସବୁଠାରୁ ଅଶ୍ଚର୍ଯ୍ୟର କଥା ହେଲା ହରଭଙ୍ଗା ପଂଚାୟତ ସମିତି ତରଫରୁ ଦୁଇ ବର୍ଷ ତଳେ  ୨ ଲକ୍ଷ ଟଙ୍କା ବ୍ୟୟରେ ଏକ ଡମ୍ପିଙ୍ଗୟାର୍ଡ ପ୍ରକଳ୍ପ ନିର୍ମାଣ କରିବା ପଛରେ କି ମହତ୍ୱ ଉଦେ୍ଧଶ୍ୟ ରହିଛି ବୋଲି ବୁଦ୍ଧିଜୀବି ମହଲରେ ପ୍ରଶ୍ନ ହେଉଛି । ଗାଁ ପରିମଳ ଧୋବାତୁଠରୁ ଜଣାପଡିଲା ପରି ହରଭଙ୍ଗା ବ୍ଲକର ଏହି ସଦର ମହକୁମା ଚାରିଛକ ଦେଇ ଯାଇଥିବା ଖୋର୍ଦ୍ଧ-ବଲାଙ୍ଗୀର ୫୭ ନଂ ଜାତୀୟରାଜପଥ ସଂଯୋଗ ସ୍ଥଳ ଦେଇ ପୋଡଷୀ କନ୍ଧମାଳ, ବ୍ରହ୍ମପୁର ଓ ଖୋର୍ଦ୍ଧା, ନୟାଗଡ ଆଦି ଅଂଚଳରୁ ଯାତ୍ରୀମାନେ ଆସିଥାନ୍ତି । ସେହିପରି କଳାହାଣ୍ଡି, ଜୟପୁର  ଓ ବଲାଙ୍ଗିର ସୋନପୁର ଅଂଚଳର ଯାତ୍ରୀ ମାନେ ମଧ୍ୟ ଏହି ବାଟ ଦେଇ ରାଜଧାନୀ ଭୂବନେଶ୍ୱରକୁ ଯାଇଥାନ୍ତି । ତୁରନ୍ତ ଏଥିପ୍ରତି ବ୍ଲକ ପ୍ରଶାସନ ଧ୍ୟନ ଦେଇ ପ୍ରତିଶେଧ ମୂଳକ ପଦକ୍ଷପ ନେବାକୁ ଦାବୀ ହେଉଛି । 

0
0
0
s2sdefault