ହେଡଲାଇନସ୍:

ମହାନଦୀ ପ୍ରସଙ୍ଗ : ଛତିଶଗଡ଼କୁ ଝଟକା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 

ଭୁବନେଶ୍ୱର : ଛତିଶଗଡ଼ ସରକାର ବିରୁଦ୍ଧରେ ଆଜି କଡ଼ା ଆଭିମୁଖ୍ୟ ନେଇଛନ୍ତି ଏନଜିଟିର ଦିଲ୍ଲୀ ମୁଖ୍ୟ ବେଞ୍ଚ । ମହାନଦୀ ମାମଲା ଉପରେ ଆଜି ତାଙ୍କର କ’ଣ ଆଭିମୁଖ୍ୟର ପରିପ୍ରକାଶ ଘଟିଛି । ଏନଜିଟିର ନିର୍ଦ୍ଦେଶକୁ ନ ମାନିବା ଏବଂ ଅପରନ୍ତୁ ବେଖାତିର କରି ନୂଆ ପ୍ରକଳ୍ପ ଆରମ୍ଭ କରିବା ଘଟଣାକୁ ସହଜରେ ଗ୍ରହଣ କରିନାହାଁନ୍ତି ଏନ୍.ଜି.ଟି. । ଏପରିକି ଛତିଶଗଡ଼ ସରକାରଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଦାୟର କରିବା ପାଇଁ ମଧ୍ୟ ତାଗିଦ୍ କରିଛନ୍ତି ।

ପ୍ରକାଶଥାଉକି, ମହାନଦୀ ବିବାଦକୁ ନେଇ ଏନ୍.ଜି.ଟି.ରେ  ସୁଦର୍ଶନ ଦାସଙ୍କ ମୂଳ ଦରଖାସ୍ତ ଉପରେ ଗତବର୍ଷ ଜୁଲାଇ ମାସରେ ଶୁଣାଣି କରି କାର୍ଯ୍ୟକ୍ଷମ ହୋଇ ନଥିବା ପ୍ରକଳ୍ପଗୁଡ଼ିକର କାମ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଛତିଶଗଡ଼ ସରକାର ଏହି ନିଦେ୍ର୍ଧଶକୁ କଲିକତା ହାଇକୋର୍ଟ ଏବଂ ଏନ୍ଜିଟିର କଲିକତା ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ସୁଫଳ ପାଇନଥିଲେ । ପ୍ରକଳ୍ପ ଗୁଡ଼ିକର ସ୍ଥଗିତାଦେଶ ବଳବତ୍ତର ରହିଥିଲା । ମାତ୍ର ଛତିଶଗଡ଼ ସରକାର କୋର୍ଟର ସେହି ନିଦେ୍ର୍ଧଶକୁ ମାନିନଥିଲେ । ନିର୍ମାଣଧୀନ ପ୍ରକଳ୍ପଗୁଡ଼ିକୁ ବନ୍ଦ ରଖିବା ପରିବର୍ତ୍ତେ ମୋହମଲା ସିରିପୁର ବ୍ୟାରେଜ ନାମକ ଏକ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଡ଼ାକିଥିଲେ । ଏହା ଏନଜିଟି ପ୍ରତି ଛତିଶଗଡ଼ ସରକାରଙ୍କର ଅବମାନନା ଏବଂ ହେୟ ମନୋଭାବ । ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରି ଛତିଶଗଡ଼ ସରକାର ବିରୁଦ୍ଧରେ ଫୌଜଦାରୀ ମାମଲା କାହିଁକି ଆରମ୍ଭ କରାନଯିବ ବୋଲି ଏନ୍ଜିଟିରେ ଆବେଦନ କରିଥିଲେ । ସରକାରଙ୍କ ଏହି ଆବେଦନ ସପକ୍ଷରେ ମୂଳ ଦରଖାସ୍ତକାରୀ ସୁଦର୍ଶନ ଦାସଙ୍କ ଓକିଲ ମଧ୍ୟ ବଳିଷ୍ଠ ଯୁକ୍ତି ବାଢିଥିଲେ । ଏହାକୁ ଶୁଣି ଶେଷରେ ଏନ୍ଜିଟି ଆବେଦନକୁ ଗ୍ରହଣ କରିବା ସହିତ ଦୁଇ ସପ୍ତାହ ଭିତରେ ତାଙ୍କର ଜବାବ ରଖିବାକୁ ଛତିଶଗଡ଼ ସରକାରଙ୍କୁ ତାଗିଦ କରିଥିଲେ ।

ଆଜି ଏହି ମାମଲା ବିଚାରପତି ଜାୱାଦ୍ ରହିମ୍ ଓ ବିଶେଷଜ୍ଞ ସଭ୍ୟ ସତ୍ୟୱାନ ସିଂହ ଗରବାଲଙ୍କୁ ନେଇ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ଛତିଶଗଡ଼ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ଜେ.କେ. ଗିଲ୍ଦା ମାମଲା ପରିଚାଳନା କରୁଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ମୋହନ କଟାରିଆ ନିଯୁକ୍ତ ହୋଇଥିଲେ । ମୂଳ ଦରଖାସ୍ତକାରୀ  ସୁଦର୍ଶନ ଦାସଙ୍କ ପକ୍ଷରୁ ରିତିକ୍ ଦତ୍ତ ଏହି ମାମଲାରେ ଓକିଲ ନିଯୁକ୍ତ ହୋଇଥିଲେ ।

ଏନ୍ଜିଟିର ଆଜିର ଏହି ନିର୍ଦ୍ଦେଶକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସ୍ୱାଗତ କରାଯିବା ସହିତ ଏହାକୁ ଐତିହାସିକ ବିଜୟ ବୋଲି ବର୍ଣ୍ଣନା କରାଯାଇଛି ।  ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଲଳିତ ପଟ୍ଟନାୟକ, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, ମନୋଜ ଜେନା ପ୍ରମୁଖ ଏହି ନିର୍ଦ୍ଦେଶକୁ ଛତିଶଗଡ଼ ପାଇଁ ବଡ଼ ଧକ୍କା ବୋଲି କହିବା ସହିତ ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଏନଜିଟି କୁ ଧନ୍ୟବାଦ ଦେଇଛନ୍ତି ।

 

0
0
0
s2sdefault