ହେଡଲାଇନସ୍:

ମେଟ୍ରିକ ପରୀକ୍ଷା : ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୩ ପରୀକ୍ଷାର୍ଥୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା,(ଦିଲ୍ଲୀପ ମହାନ୍ତି )- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟି୍ରକ ପରୀକ୍ଷା-୨୦୧୯ ଫେବୃଆରୀ ୨୨ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ୬୦୮ଟି ହାଇସ୍କୁଲର ୩୬ ହଜାର ୩୦୯ ପରୀକ୍ଷାର୍ଥୀ ୧୭୨ପରୀକ୍ଷା କେନ୍ଦ୍ରରେ ପରୀକ୍ଷାରେ ବସିଛନ୍ତି । ମୋଟ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୩୩ ହଜାର ୩୨୫ଜଣ ରେଗୁଲର ଓ ୨ହଜାର ୯୮୪ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି । ତେବେ ପ୍ରଥମ ଦିନରେ ୩ଜଣ କପି କରୁଥିବା ବେଳେ ସ୍କ୍ୱାଡର଼୍ ହାତରେ ଧରାପଡ଼ି ଏକ୍ସଫେଲ ହୋଇଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା କହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର କୌଣସି କେନ୍ଦ୍ରରୁ ପ୍ରଶ୍ନ ପତ୍ର ଲିକ ହୋଇ ନଥିବା ମଧ୍ୟ ସେ କହିଛନ୍ତି । ପରିକ୍ଷାର୍ଥୀମାନେ ସକାଳ ୯ଟା୧୫ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ଏବଂ ୯ଟା ୩୦ରେ ସେମାନଙ୍କୁ ଓଏମଆର ସିଟ ପ୍ରଦାନ କରାଯାଇଥିବା ବେଳେ ୯ଟା ୪୫ରେ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା । ପ୍ରଶ୍ନ ପତ୍ର ଗୁଡିକ ସୁରକ୍ଷିତ ଭାବେ ୧୬ଟି ନୋଡାଲ ସେଣ୍ଟରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଥିଲା ଓ ସକାଳ ୬ରୁ୮ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା ।  ସେହିପରି ପରୀକ୍ଷା ସରିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଖାତା ଗୁଡିକୁ ନୋଡାଲ ସେଂଟରକୁ ଅଣାଯାଇଥିବାର ଜଣାପଡ଼ିଛି ।  

0
0
0
s2sdefault