ହେଡଲାଇନସ୍:

ବଦଳିଲେ ମୀନା,ରଶ୍ମୀତା ପଣ୍ଡା ସୁନ୍ଦରଗଡ ନୂଆ ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ଶେଷରେ ବଦଳିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର ମୀନା । ତାଙ୍କୁ ରାଜ୍ୟ ସରକାର ସୁନ୍ଦରଗଡରୁ ବଦଳି କରିଛନ୍ତି ରାଜ୍ୟ ଉଠା ଜଳସେଚନ ନିଗମ ଏମଡ଼ି ଭାବେ । ତାଙ୍କ ସ୍ଥାନରେ ରାଉରକେଲା ଉନ୍ନୟନ କାର୍ତ୍ତୃପକ୍ଷର ଉପାଧ୍ୟକ୍ଷ , ରାଉରକେଲା ମହନଗରନିଗମ ଅତିରିକ୍ତ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଥିବା ରଶ୍ମୀତା ପଣ୍ଡାଙ୍କୁ ସୁନ୍ଦରଗଡର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଏହା ସହିତ ମାନସୀ ନିମ୍ବଲଙ୍କୁ ପୂର୍ବରୁ ଉଠା ଜଳସେଚନ ନିଗମ ଏମଡ଼ି ଭାବେ ପୂର୍ବରୁ ବାହାରିଥିବା ନିଯୁକ୍ତି ଆଦେଶକୁ ବାତିଲ କରାଯାଇଛି । 

0
0
0
s2sdefault