ହେଡଲାଇନସ୍:

" ବିଧାୟକ ସୁଧୀର ସାମଲ ପ୍ରାର୍ଥୀ ହୋଇ ସାଇକେଲ ବାଂଟୁଥିବାରୁ ତାଙ୍କୁ ଗିରଫ କରାଯାଉ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

  • ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ବିଜେଡି ନେତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ: ଗୋଲକ ମହାପାତ୍ର

  • ସରକାରୀ ଅଫିସର ହୋଇ ଶାସକ ଦଳର କାର୍ଯ୍ୟ କରୁଥିବାରୁ ସରସ୍ୱତୀ ନାୟକଙ୍କୁ ପଦବୀରୁ ବହିଷ୍କାର କରାଯାଉ

  • ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ

ଭୁବନେଶ୍ୱର, ତା.୨୭/୦୪: ବିଜେଡି ପ୍ରତି ଓଡିଶାବାସୀ ବିମୁଖ ହେଉଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କେହି ଭୋଟ ଦେବେନି ଏବଂ ଗାଦିଚ୍ୟୁତ କରିବେ ବୋଲି ସ୍ପଷ୍ଟ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସରକାରୀ ଅଧିକାରୀ ଓ ଜନତାଙ୍କୁ ପ୍ରଲୋଭନ ଦେଖାଇ ଶାସନକୁ ଆସିବା ପାଇଁ ଚେଷ୍ଟା ଚଳାଇଛି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ସତ୍ୱେ ଓଡିଶାବାସୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳର ନେତାମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଭଳି ବେଆଇନ କାର୍ଯ୍ୟ କରିବାକୁ ପଛଘୁଂଚା ଦେଉନାହାନ୍ତି । ନିର୍ବାଚନ ସମୟରେ ଜନତାକୁ ବାରମ୍ବାର ପ୍ରୋଲୋଭନ ଦେଖାଇବାର ଭିଡିଓ ଓ ଫଟୋ ଗଣମାଧ୍ୟମରେ ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ବିଜେଡି ସେଥିରୁ ନିବୃତ ହୋଇନାହିଁ । ଓଡିଶାର ଲୋକେ ବିଜେଡି ଉପରେ ଭରଷା ତୁଟାଇଛନ୍ତି । ଓଡ଼ିଶାବାସୀ ବିଜେଡିର ମିଥ୍ୟା କଥାକୁ ହୃଦୟଙ୍ଗମ କରିସାରିଲେଣି । ଏଥିଲାଗି ବିଜେଡିକୁ ନିର୍ବାଚନ ହାରିବା ଭୟ ଘାରିଛି । ବିଜେଡି କ୍ଷମତା ଲୋଭରେ ବାରମ୍ବାର ଆଚରଣ ବିଧି ଉଲଘଂନ କରୁଛି । ବିଜେଡି ଦୁର୍ବଳ ହୋଇସାରିଲାଣି । ଚଳିତ ନିର୍ବାଚନ ବୈତରଣୀପାର ହେବା ପାଇଁ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଲୋକଙ୍କୁ ସାଇକେଲ ବାଂଟଛନ୍ତି, ଯାହା ଆଚରଣ ଆଦର୍ଶ ନିର୍ବାଚନ ବିଧିର ଖୋଲା ଉଲଘଂନ । ନିର୍ବାଚନ ସମୟରେ ପ୍ରାର୍ଥୀ ଭୋଟ ଦେବା ପାଇଁ ଜନତାଙ୍କୁ ପ୍ରଲୋଭନ ଦେଖାଏ ତାହାଲେ ଧାରା ୧୨୩ରେ ଗିରଫ ହେବା କଥା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ ପ୍ରାର୍ଥୀ ହୋଇ ସାଇକେଲ ବାଂଟୁଥିବାରୁ ତାଙ୍କୁ ଗିରଫ କରାଯାଉ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ଦାବି କରିଛନ୍ତି ।
ସେହିପରି ସରକାରୀ ଅଧିକାରୀମାନେ ନିଜ ଦାୟିତ୍ୱ ତୁଲାଇ ସଠିକ କାମ କରନ୍ତୁ ଏବଂ ଶାସକ ଦଳକୁ ସାହାଯ୍ୟ କରିବାରୁ ନିବୃତ ରୁହନ୍ତୁ ବୋଲି ବିଜେପି ବାରମ୍ବାର ସିଇଓଙ୍କ ନିକଟରେ ଦାବି ମଧ୍ୟ କରିଛି । ପୂର୍ବରୁ ସରକାରୀ ଅଧିକାରୀ ଶାସକ ଦଳର କାର୍ଯ୍ୟ କରି ପଦବୀରୁ ବହିସ୍କୃତ ମଧ୍ୟ ହୋଇଛନ୍ତି । ପୁଣି କାହା ପ୍ରରୋଚନାରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋହିରା ପଂଚାୟତ ଅଧିକାରୀ ସରସ୍ୱତୀ ନାୟକ ସ୍ଥାନିୟ ସମିତି ସଭ୍ୟଙ୍କ ସ୍ୱାମୀ ଶ୍ରୀ ବିଭୂ ରଞ୍ଜନ ନାଏକକୁ ବସାଇ ଭତା ଟଙ୍କା ବାଂଟୁଛନ୍ତି । କିଏ ଏହି ଅଧିକାରୀମାନଙ୍କୁ ସୁରକ୍ଷା ଦେଉଛି? ତାହାର ତଦନ୍ତ ଯଥାଶୀଘ୍ର କରାଯାଉ । ସରକାରୀ ଅଫିସର ହୋଇ ଶାସକ ଦଳର କାର୍ଯ୍ୟ କରୁଥିବାରୁ ସରସ୍ୱତୀଙ୍କୁ ପଦବୀରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ମହିଳାମୋର୍ଚ୍ଚା ଉପସଭାପତି ରଞ୍ଜିତା ସେଠୀ, ଇତିଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault