ଓଡ଼ଗାଁ ବ୍ଲକର ୧୫ ଗ୍ରାମରେ ବିଜେଡ଼ିର ମେଗା ପ୍ରଚାର ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବୀନଙ୍କ ବିକାଶର ମୁଦାକୁ ପାଥେୟ କରି ଯୋଡି ଶଂଙ୍ଖରେ ଭୋଟ ଦେବାକୁ ନିବେଦନ ରଖିଲେ ଅରୁଣ ଓ ଅରୁପ

ଓଡ଼ଗାଁ, ୨୪।୪ (ଶ୍ରୀକାନ୍ତ କୁମାର ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ସମୟ ନିକଟତର ହେଉଥିବା ବେଳେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଯୋରଦାର କରିଛନ୍ତି। ଏହି ପରିପ୍ରେକ୍ଷିରେ ବୁଧବାର ସକାଳ ବେଳା ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଏବଂ ପୁରୀ ସଂସଦୀୟ କ୍ଷେତ୍ରର ସାଂସଦ ପାର୍ଥୀ ଅରୁପ ପଟ୍ଟନାୟକ ଓଡ଼ଗାଁ ବ୍ଳକ ଅନ୍ତର୍ଗତ ୭ ଗ୍ରାମରେ ମେଗା ପ୍ରଚାର କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଦ୍ବାରକୁ ଦ୍ବାର ଯାଇ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ସାମ୍ନାରେ ରଖି ଭୋଟରମାନଙ୍କୁ ବିଜୟର ଆଶିର୍ବାଦ ଭିକ୍ଷା କରିଥିଲେ ‌। ଉକ୍ତ କାର୍ଯ୍ୟକ୍ରମରେ ଦୁଇ ପ୍ରାର୍ଥୀଙ୍କ ସହିତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଜିଲ୍ଲା ବିଜେଡି ସହ ସଂଯୋଜିକା ତଥା ବିଜେଡି ନେତ୍ରୀ ଇରାନୀ ରାୟ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ଯକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ଓଡ଼ଗାଁ ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ, ସମାଜ ସେବୀ ନିତ୍ୟାନନ୍ଦ ପ୍ରଧାନ, ଶ୍ରୀକାନ୍ତ ଖଟେଇ ଓ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଭଳି ଛାମୁଆ ନେତୃବୃନ୍ଦ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ ତାତି ବୃଦ୍ଧି ପାଉଥିବା ବେଳେ ଗ୍ରୀଷ୍ମର ତାତି ତାଠାରୁ ବଳି ପଡ଼ିଛି । ତଥାପି ପ୍ରାର୍ଥୀମାନଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଜାରି ରହିଛି ।

Imageବୁଧବାର ସକାଳେ ଓଡ଼ଗାଁ ବ୍ଲକର କେନ୍ଦୁପଲ୍ଲୀ ଗ୍ରାମରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ମହୁଲିଆ, ପେଟାପଲ୍ଲୀ, ଆରଡ଼ା, ରାବେରା, ଭାଡିକିଳା ଓ ଶରଧାପୁର ଠାରେ ସକାଳ ପ୍ରଚାର କାର୍ଯ୍ୟ ସାରିଥିଲେ । ସେହିପରି ଅପରାହ୍ନରେ ରୋହିବାଙ୍କ, କୋମଣ୍ଡ, କୁରଳ, ଗିରିଡିପଲ୍ଲୀ, ସୁନା ମୁହିଁ, ପାଣ୍ଡେରିପଡା, ରଙ୍ଗଣୀପାଟଣା ଓ ପନ୍ତୀଖାରି ଭଳି ୮ ଗ୍ରାମରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Image ଗ୍ରାମ ମାନଙ୍କରେ ଆୟୋଜିତ ସଭାରେ ନୟାଗଡ ବିଧାୟକ ପ୍ରାର୍ଥୀ ଡ. ସାହୁ ଓଡଗାଁ ବ୍ଲକ ଏବଂ ଏନଏସିରେ ହୋଇଥିବା ବିକାଶ କାର୍ଯ୍ୟର ହିସାବ ରଖିଥିଲେ। ଏଥି ସହିତ ବିଜେଡି ଦଳର ପୁରୀ ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ପୂର୍ବ କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କ ଆଗରେ ରଖି ତାଙ୍କର ଆବଶ୍ୟକତାକୁ ଗୁରୁତ୍ବ ଦେଇଥିଲେ । ଅରୁପ ହେଉଛନ୍ତି ପୁରୀ ଡେଲାଙ୍ଗ ମାଟିର ପୁଅ । ସେ ଜଣେ ବାସ୍ତବ ବାଦୀ ମଣିଷ ହୋଇଥିବା ବେଳେ ସମାଜ ସେବା କ୍ଷେତ୍ରରେ ଜଣେ ଅଗ୍ରଣୀ ମଣିଷ । ଅନେକ କର୍କଟ ରୋଗୀଙ୍କୁ ସାହାଯ୍ୟ କରିବା ସହିତ କୋଭିଡ ମହାମାରୀର ଘଡିସନ୍ଧି ମୂହୁର୍ତ୍ତରେ ଶହ ଶହ ଅସହାୟ ଶବକୁ ନିଜେ ସଂସ୍କାର କରି ନିଜ ମହାନତାର ପ୍ରମାଣ ଦେଇଥିଲେ । ଏଥିସହିତ ରାଜ୍ୟରେ ରକ୍ତ ଦାନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ତାଙ୍କର ଅବଦାନ ଅନନ୍ୟ । ଓଡ଼ଗାଁର ଶ୍ରୀ ରଘୁନାଥ ମନ୍ଦିର, ଦ୍ବିତୀକେଶ୍ଵର ମନ୍ଦିର ରୁପାନ୍ତରୀକରଣ ସହିତ ବିଭିନ୍ନ ଗ୍ରାମର ମନ୍ଦିର ଗୁଡିକର ଉନ୍ନତି କରାଯାଇଛି । ଗାଁକୁ ପକ୍କା ରାସ୍ତା କରି ଗମନାଗମନରେ ଅନେକ ପରିବର୍ତନ ଆସିଛି । ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ଚିକିତ୍ସିତ ସୁବିଧା ଦିଆଯାଇଥିବା ବେଳେ ମିଶନଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ବିକାଶ ଧାରାରେ ସାମିଲ କରାଯାଇଛି। ଏତଦବ୍ୟତୀତ ମଧୁବାବୁ ପେନ୍‌ସନ୍‌ ଯୋଜନା, ମମତା ଯୋଜନା, ବାର୍ଦ୍ଧକ୍ୟ ବିଧବା ଓ ବିକଳାଙ୍କ ଭତ୍ତାକୁ ବୃଦ୍ଧି କରିବା ଭଳି ସମସ୍ତ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୁଳକ ଚିନ୍ତାଧାରାର ରୁପରେଖ ବୋଲି ଡ. ସାହୁ ବକ୍ତବ୍ୟ ରଖୁଥିଲେ ।

Imageଏହି ଅବସରରେ ସଂସଦୀୟ ପ୍ରାର୍ଥୀ ଅରୁପ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ଡବଲ ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିବେଦନ ରଖିଥିଲେ । ଆଜିର ପ୍ରଚାର କ୍ଷେତ୍ରରେ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇ ଅରୁପ ଓ ଅରୁଣଙ୍କୁ ଆଶୀର୍ବାଦ ଦେଇଥିବା ଜଣାପଡିଛି ।

0
0
0
s2sdefault