ବିଜେପି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀ ଙ୍କ ନିର୍ବାଚନ ପ୍ରଚାର ସମୟରେ ଗୋଷ୍ଠି କନ୍ଦଳ ସୃଷ୍ଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାହାଙ୍ଗାରେ ବୈଜୟନ୍ତଙ୍କ ରୋଡ଼ସୋ ବେଳେ ଉତ୍ୟକ୍ତ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ଯୁବକ l 

(ମାହାଙ୍ଗା-ଶାସକ ପ୍ରଶାସକ): ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ଦିନକୁ ଦିନ ଦଳୀୟ ପ୍ରାର୍ଥୀ ମାନେ ନିଜର ପ୍ରଚାର ପ୍ରସାର ବିଭିନ୍ନ ଢଙ୍ଗରେ ଆରମ୍ଭ କରିଦେଇଛନ୍ତି l କିନ୍ତୁ କେଉଁଠି ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ ପ୍ରଚାର ସରିଯାଉଛି ତ ଆଉ କେଉଁଠି ଟିକେ ଟିକେ ଟିକେ ଵଚସାରୁ ଗଣ୍ଡଗୋଳର ସୂତ୍ରପାତ ହେଉଛି l ତେବେ ସେହିଭଳି ଏକ ନଗ୍ନ ନମୁନା ଦେଖିବାକୁ ମିଳିଥିଲା ମାହାଙ୍ଗା ରେ ଅନୁଷ୍ଠିତ ବିଜେପିର ଏକ ରୋଡ଼ ସୋ ବାଇକ ରାଲି ଯାତ୍ରାରେ l ବୁଧବାର ଦିନ ଅପରାହ୍ନ ସମୟରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ମାହାଙ୍ଗା ବ୍ଲକ ଗ୍ରସ୍ତ କରି ଏକ ରୋଡ ସୋ ବାଇକ ରାଲି କରିଥିଲେ l କୁରୁଜଙ୍ଗା ମେଲଣ ପ‌ଡିଆଠାରୁ ଶୋଭାଯାତ୍ରା ଆରମ୍ଭ କରି ଗୋପାଳପୁର, ଭଦ୍ରେଶ୍ଵର, ନାହାଙ୍ଗ, ଭଉଁରିଆ, ପଲ୍ଲିସାହି, ଓଷଙ୍ଗ , ଗୋକନ, ଏରକଣା ଦେଇ ପୋଡାମରାଇ ହାଟ ପଡିଆ ଠାରେ ପହଞ୍ଚି ଏକ ଜନସମର୍ଥନ କାର୍ଯ୍ୟକ୍ରମ ର ବ୍ୟବସ୍ଥା ହୋଇଥିଲା l ହେଲେ ପୋଡାମରାଇ ଠାରେ ଗାଡି ପାର୍କିଙ୍ଗକୁ ନେଇ ବଚସା ବା ଗଣ୍ଡଗୋଳ ହୋଇଥିଲା । ପରେ ପରେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ତିନି ଜଣ ଆହତ ହେବା ସହ କାର ଭଙ୍ଗାରୁଜା କରିଥିଲେ l ଉକ୍ତ ଗଣ୍ଡଗୋଳରେ ପୋଡାମରାଇ ଗ୍ରାମର କମଳାକାନ୍ତ ସେଠୀଙ୍କର ଗୋଡ ଭାଙ୍ଗି ଯାଇଥିବାବେଳେ ତାଙ୍କୁ ମେଡିକାଲକୁ ନେବା ସମୟରେ ମାହାଙ୍ଗା ଥାନା ସାଇ ମନ୍ଦିର ନିକଟରେ ତାଙ୍କ ସାନ ଭାଇ ଖଗେଶ୍ୱରଙ୍କୁ ବିଜେପି ପ୍ରାର୍ଥୀଙ୍କ ସମର୍ଥକ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି କମଳାକାନ୍ତକୁ ଅପହରଣ କରି ନେଇ ଯାଇଥିବା ସାନ ଭାଇ ପୋଲିସକୁ କହିଛନ୍ତି । ଘଟଣା ସୁଳରେ ମାହାଙ୍ଗା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଅପହୃତ କମଳାକାନ୍ତ ଙ୍କୁ ଅପହରଣକାରୀମାନେ ଆକ୍ରମଣ କରି ଜରିଆ ନଦୀ କୂଳରେ ପକାଇ ଫେରାର ହୋଇଯାଇଥିବା ଜଣାଯାଇଛି l ପୋଲିସ କମଳାକାନ୍ତଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛି । ଅପର ପକ୍ଷରେ ବିଜେପି ପକ୍ଷରୁ ଫଟୋ ଉତୋଳନ କରୁଥିବା ଯୁବକ ଜଣକ ଆହତ ହୋଇଥିବା ଜଣାଯାଇଛି । ରିପୋର୍ଟ ଲେଖା ହେବା ବେଳକୁ ଉଭୟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି l

0
0
0
s2sdefault