ହେଡଲାଇନସ୍:

ବିଜେଡି ରାଉରକେଲା,ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କର୨୭ତମ ଶ୍ରାଦ୍ଧ ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ଆଜି ତା ୧୭/୦୪/୨୩ ଋଖରେ ରାଉରକେଲା ବିଜୁଜନତା ଦଳ ତରଫରୁ ମାନ୍ୟବର ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଙ୍କ ନେତୃତ୍ବରେ ନୂତନ ଓଡିଶା ନିର୍ମାତା,ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୭ ତମ ତିରୋଧାନ ଦିବସ ଶହଶହ ବିଜୁପରିବାର ସଦସ୍ୟଙ୍କ ଦ୍ଵାରା ଛେଣ୍ଡ କଳିଙ୍ଗବିହାର ସ୍ଥିତ ବିଜୁବାବୁଙ୍କ ପ୍ରତିମୁର୍ତୀ ଠାରେ ପୂଜାଅର୍ଚନା କରାଯାଇ ପାଳିତ ହୋଇଯାଇଛି । ପ୍ରଥମେ ସକ।ଳ ୭ଘଟିକା ସମୟରେ ନଗର ସଭାପତି ଗଗନ ପଣ୍ଡାଙ୍କ ନେତୃତ୍ବରେ ସୁଦାମ ଦାଶ,ଅନନ୍ତ ପାତ୍ର,ବିଭୁତି ପୁହାଣ,ଶ୍ୟାମସୁନ୍ଦର ପଣ୍ଡା ଓ ଅନ୍ୟମାନଙ୍କ ଦ୍ଵାରା ବ୍ରାହ୍ମଣୀନଦୀ ହନୁମାନ ଘାଟ ଠାରେ ସ୍ଵର୍ଗୀୟ ବିଜୁ ବାବୁଙ୍କ ପାଇଁ ତିଳତର୍ପଣ କରଯାଇଥିଲା । ଦିନ ୦୯ଘଟିକସମୟରେ ଛେଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୁର୍ତୀ ନିକଟରେ ଏକସାଧାରଣ ସଭାରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ବିଜୁବାବୁଙ୍କ ଜୀବନ କାହାଣୀ ଉପରେ ଆଲୋକପାତ କରି,ବିଜୁବାବୁ ନିଜର ସମ୍ପତି ବିକ୍ରିକରି ରାଜନୀତି କରୁଥିଲେ । ଓଡିଶାର ସାମୁହିକ ବିକାଶ, ମହିଳାମାନେ ସ୍ଵବଲମ୍ବି କିପରିହେବେ,ରାଜ୍ୟକୁ ନିଜର ଅର୍ଥନୈତିକତା ସ୍ୱତନ୍ତ୍ରତା,ଓଡିଆ ଲୋକଙ୍କର ଶିକ୍ଷା ସ୍ୱାସ୍ଥ୍ୟର ଉନ୍ନତି କିପରି ହେବ ଏହାହିଁ ଥିଲା ବିଜୁବାବୁ ସ୍ଵପ୍ନ । ଯାହା ଆଜି ତାଙ୍କର ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅହରହ ଉଦ୍ୟମ କରି ସମଗ୍ର ଓଡିଶା ବାସୀଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ଏହି ଉପଲକ୍ଷେ ଏକ ରକ୍ତଦାନ ଶିବିର କରାଯାଇ ୩୨ ଇଉନିଟ ରକ୍ତ ସଂଗ୍ରହ କରଯାଇଥିଲା । ଅନ୍ୟମାନଙ୍କ ଭିତରେ ରାଜ୍ୟ ମହିଳା ଉପସଭାନେତ୍ରୀ ରଶ୍ମିବ।ଳା ମିଶ୍ର,ପୂର୍ବତନ ଜିଲ୍ଲାସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି, ରାଜ୍ୟ ଆଇନିଜୀବୀ ଉପସଭାପତି ସନ୍ତୋଷ ନାୟକ,ଜିଲ୍ଲା ଉପସଭାପତି/ମୁଖପାତ୍ର ଜୟନ୍ତ କୁମାର ମିଶ୍ର,ଜିଲ୍ଲା ଛ।ତ୍ର ସଭାପତି ରାଣାପ୍ରତାପ ସିଂହ,ଜିଲ୍ଲା ମହିଳା ସଭାନେତ୍ରୀ ଯୋଷ୍ଣା ନାୟକ,ବରିଷ୍ଠ ନେତା ଅଭୟ ଦାସ, ସୁରେନ୍ଦ୍ର ରାଉତ,ଆଲୋକ ବୋସ ସମେତ ବିଜୁବାବୁଙ୍କ ବିଷୟରେ ନିଜ ବକ୍ତବ୍ୟ ରଖିଥିଲାବେଳେ,ବରିଷ୍ଠ ନେତା ଅନୁପମ ରାୟ,ଶ୍ରୀଚରଣ ମହାନ୍ତି,ସରୋଜ ଦାସ,ନାରଣ ପ୍ରଧାନ,ପିତବାଶ କାଣ୍ଡି, ସୁବାଶ ସ୍ଵାଇଁ, ବୁଲୁ ମହାନ୍ତି,ରଞ୍ଜନ ନାୟକ,ଦୁସମନ୍ତ ରାଉତରାୟ,ଡି ଅଭିକ କୁମାର,ଗୁଡୁ ସୁନାର,କୃଷ୍ଣ ଚନ୍ଦ୍ର ଭଞ୍ଜ,ପ୍ରଶାନ୍ତ ନାୟକ ସମେତ ଅନ୍ୟମାନେ ପରିଚାଳନା କରି ଥିଲେ l

0
0
0
s2sdefault