ହେଡଲାଇନସ୍:

ନୟାଗଡ଼ ଗସ୍ତରେ ରଣପୁର ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ)–  ୧୧୯-ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୧୨୨-ନୟାଗଡ଼ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅନିଲ ପାଣ୍ଡେ , ଭାରତୀୟ ରାଜସ୍ୱ ସେବା ଆଜି ନୟାଗଡ଼ ଗସ୍ତ କରି ଅପରାହ୍ନ ୫ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟ ରଣପୁର ଏବଂ ନୟାଗଡ଼  ନିର୍ବାଚନ ମଣ୍ଡଳୀ ଦ୍ୱୟର ଖର୍ଚ୍ଚ ବିଷୟରେ ସମୀକ୍ଷା କରିଥିଲେ । ନିର୍ବାଚନକୁ କିପରି ସ୍ୱଚ୍ଛ, ନିରପେକ୍ଷ ଓ ଅବାଧରେ କରାଯିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀମାନଙ୍କର ନିର୍ବାଚନୀ ଖର୍ଚ୍ଚର ଟିକିନିଖିି ହିସାବ ସଂପୃକ୍ତ ପ୍ରାର୍ଥୀଙ୍କ ହିସାବ ଖାତାରେ ପଂଜିକୃତ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ବାଚନ ସଂପର୍କରେ ହୋଇଥିବା ସମସ୍ତ ବୈଠକର ତଥ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ସ୍ୱଧା ଦେବ ସିଂ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ । ରଣପୁର ନିର୍ବାଚନ ମଣ୍ଡଳୀର  ରିଟର୍ଣ୍ଣିଙ୍ଗ ଅଫିସର ଶ୍ରୀ ଦିଲିପ କୁମାର ବଳ ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର  ରିଟର୍ଣ୍ଣିଙ୍ଗ ଅଫିସର ଶ୍ରୀ କର୍ଣ୍ଣଦେବ ସମାଦ୍ଦାର ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଅବାଧ, ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ନିମନ୍ତେ ନେଇଥିବା ପଦକ୍ଷେପ ସମ୍ବନ୍ଧରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ । ଅବକାରୀ ବିଭାଗର ଅଧିକାରୀଙ୍କୁ ନିର୍ବାଚନ ସମୟରେ ମାଦକ ଦ୍ରବ୍ୟର ବ୍ୟବହାର ଓ ବ୍ୟବସାୟ ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ଜୈନ୍ ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବଦତ୍ତ ପଣ୍ଡା, ସମସ୍ତ ଅତିରିକ୍ତ ରିଟର୍ଣ୍ଣିଙ୍ଗ ଅଫିସର,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରମାକାନ୍ତ ପଣ୍ଡା, ଅବକାରୀ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ସିଂ ପର୍ଯ୍ୟବେକ୍ଷକ ଏବଂ ଉପସ୍ଥିତ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ ।

0
0
0
s2sdefault