ହେଡଲାଇନସ୍:

ଠକ ଜନପ୍ରତିନିଧିଙ୍କୁ ଜବାବ ମାଗନ୍ତୁ ଲୋକେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଧାୟକଙ୍କ ବ୍ଲକ ଅଞ୍ଚଳ ଗସ୍ତ: ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ତଥା ଶୁଭ ଉଦ୍ଘାଟନ କଲେ ନରସିଂହ

ବଲାଙ୍ଗିର (ନିରୋଜ ମିଶ୍ର) - ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ବଲାଙ୍ଗିର ତଥା ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳକୁ ମାରାଥନ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିବା ସହ ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ତଥା ଆଉ କିଛି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହି କ୍ରମରେ ସେ ଗାଇବାହାଲରେ ଏକ କଲ୍ୟାଣ ମଣ୍ଡପ, କୁତୁଲ୍ଲା ଗ୍ରାମ ପଞ୍ଚାୟତର ମୁରସିଂହ ଠାରେ ନାଗବାଚା ମଣ୍ଡପ, ବଡବନ୍ଧ ଗ୍ରାମ ପଞ୍ଚାୟତର କରୁଆଁଝର ଠାରେ ପଞ୍ଚାୟତ ଖେଳ ପଡିଆ, ସାରସମାଲ ପଞ୍ଚାୟତର ସାରସମାଲ ଠାରେ କମ୍ୟୁନିଟି ସେଣ୍ଟର ଭିତ୍ତି ପ୍ରସ୍ତର ଏବଂ ମୁରସିଂ ଜାଡେନବୁଢି ମଣ୍ଡପ, ଡୁମେରପିଟା ପଞ୍ଚାୟତର ଚିପାକାନି ଗାଁର ପ୍ରହରି ମଣ୍ଡପର ଶୁଭ ଉଦ୍ଘାଟନ କରିବା ସହ ସୁନାରିଯୋର, ପିଲାତିମହୁଲ, ଚୋରମରା, ସତୀ ଘାଟ, ଶିବତଲା ଇତ୍ୟାଦି ଗ୍ରାମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଥିଲେ । ଦେଓଗାଁ ବ୍ଲକର କରୁଆଁଝର ପଞ୍ଚାୟତ ଠାରେ ଏକ ସାଧାରଣ ସଭାରେ ଶ୍ରୀ ମିଶ୍ର ଲୋକଙ୍କୁ ନିଜ ଉଦ୍ବୋଧନରେ କହିଥିଲେ ନିର୍ବାଚନ ସମୟ ଆସିଯାଇଛି  । ଆପଣମାନଙ୍କ ପାଖକୁ ଅନେକ ରାଜନେତା ଆସିବେ, ଆପଣମାନେ ତାଙ୍କୁ ପ୍ରଶ୍ନ ପଚାରନ୍ତୁ  ଅଞ୍ଚଳର ବିକାଶ ପାଇଁ ସେମାନେ କଣ କରିଛନ୍ତି । ଶିକ୍ଷା, ଗମନାଗମନ, ଜଳସେଚନ, କୃଷି, ବିଜୁଳି ଏ ସବୁ ସମସ୍ୟା ବାବଦରେ ପ୍ରଶ୍ନ ପଚାରନ୍ତୁ । ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରରେ ଥିବା ସରକାର ପୁଣି ଆପଣଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ମାଗିବେ । ୨୦୧୪ ନିର୍ବାଚନର ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପୁରଣ ହୋଇନାହିଁ କାହିିଁକି ର ଉତ୍ତର ରାଜନେତାଙ୍କୁ ଦେବାକୁ ପଡିବ । ତେଣୁ ଆମର ଲୋକେ ସଚେତନ ହେବା ନିହାତି ଜରୁରୀ । କଂଗ୍ରେସ ଦଳ ସ୍ପଷ୍ଟ ଭାବେ କହୁଛି ଯେ ଆଗାମୀ ନିର୍ବାଚନରେ ସରକାରକୁ ଆସିଲେ କୃଷକଙ୍କ ଋଣଛାଡ ହେବ,  କୃଷକଙ୍କୁ ·ଷ ପାଇଁ ଆର୍ଥିକ ସହାୟତା ଦେବାଯିବ, ବେକାରଙ୍କୁ ଭତ୍ତା ଦିଆଯିବ, ପ୍ରଚଳିତ ଥିବା ବାର୍ଦ୍ଧକ୍ୟ ଭତ୍ତା ୧୫୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏପରିକି ପ୍ରତ୍ୟେକ ପରିବାର ପାଇଁ ଏକ ସର୍ବନିମ୍ନ ଆୟକୁ ନିଶ୍ଚିତ କରିବା ପାଇଁ ମଧ୍ୟ କଂଗ୍ରେସ ଦଳ ବର୍ତ୍ତମାନ ଚିନ୍ତା କରୁଛି । ଏଣୁ ଜନସାଧାରଣ ମିଥ୍ୟା ପ୍ରତିଶୃତି ଦେଉଥିବା କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ବରଖାସ୍ତ କରି କଂଗ୍ରେସ ଦଳର ହାତମୁଠାକୁ ଟାଣ କରନ୍ତୁ ବୋଲି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ବିଧାୟକଙ୍କ ଏହି ଗସ୍ତରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ରେଣୁକା ପାତ୍ର, ବ୍ଲକ କଂଗ୍ରେସ ସଭାପତି ଯୋଗେଶ୍ୱର ସାହୁ, ସେବାଦଳ ମୁଖ୍ୟ ଅସିତ ମିଶ୍ର, ରାମଜି ଚୈାଧୁରୀ, କାନ୍ତେଶ୍ୱର ପଧାନ, ପପୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault